
ଭୁବନେଶ୍ୱର, ୦୧/୦୯/୨୧ (ଜିଲ୍ଲା ଖବର) : ୟୁନିଟ-୧ ମାର୍କେଟରେ ଅଗ୍ନିକାଣ୍ଡ । ୫ ଟି ଦୋକାନରେ ନିଆଁ ଲାଗିଥିବା ଦେଖିବାକୁ ମିଳିଛି । ବିଳମ୍ବିତ ରାତିରେ ଏହି ଅଗ୍ନିକାଣ୍ଡ ଘଟିଥିବାବେଳେ ସଟସର୍କିଟ ଯୋଗୁଁ ଅଗ୍ନିକାଣ୍ଡ ହୋଇଥିବା ସୂଚନା ମିଳିଛି । ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି ।


