
୦୧/୦୯/୨୧ (ଜିଲ୍ଲା ଖବର) : ଆଜି ହେଉଛି ଲୋକପ୍ରିୟ ଆଧ୍ୟାତ୍ମିକ ଗୁରୁ ତଥା ଇସ୍କନର ପ୍ରତିଷ୍ଠାତା ଏସି ଭକ୍ତଦେବତା ଶ୍ରିଲା ପ୍ରଭୁପାଦଙ୍କ ୧୨୫ ତମ ଜନ୍ମବାର୍ଷିକୀ । ଏହି ଅବସରରେ ସ୍ୱତନ୍ତ୍ର ୧୨୫ ଟଙ୍କିଆ କଏନର ଉନ୍ମୋଚନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭିଡିଓ କନଫରେନ୍ସି ଜରିଆରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି ।
ଇସ୍କନ ପ୍ରତିଷ୍ଠାତା ଏସି ଭକ୍ତଦେବତା ଶ୍ରିଲା ପ୍ରଭୁପାଦ ୧୯୬୫ରେ ବିଶ୍ୱରେ ପ୍ରଭୁ ଶ୍ରୀକୃଷ୍ଣଙ୍କ ଶିକ୍ଷାର ପ୍ରସାର ଓ ପ୍ରଚାର ଆରମ୍ଭ କରିଥିଲେ । ଯାହା ପରବର୍ତ୍ତି ସମୟରେ ବେଶ ଆଦୃତ ଲାଭ କରିଥିଲା । ୧୯୬୮ରେ ଶ୍ରୀଲା ପ୍ରଭୁପାଦ ଆମେରିକାର ନ୍ୟୁୟର୍କ ସହରରେ ନୂତନ ବୃନ୍ଦାବନ ମନ୍ଦିର ମଧ୍ୟ ନିର୍ମାଣ କରିଥିଲେ ।


