Sunday, November 15, 2026
Home ଆଞ୍ଚଳିକ ଖୋଲିଲା ଲିଙ୍ଗରାଜ ମନ୍ଦିର, ଦର୍ଶନ କରିବେ ଶ୍ରଦ୍ଧାଳୁ

ଖୋଲିଲା ଲିଙ୍ଗରାଜ ମନ୍ଦିର, ଦର୍ଶନ କରିବେ ଶ୍ରଦ୍ଧାଳୁ

6

ଭୁବନେଶ୍ୱର, ୦୧/୦୯/୨୧ (ଜିଲ୍ଲା ଖବର) : ସର୍ବସାଧାରଣ ଦର୍ଶନ ପାଇଁ ଆଜିଠୁ ଖୋଲିଲା ଲିଙ୍ଗରାଜ ମନ୍ଦିର । କୋଭିଡ୍ ଗାଇଡଲାଇନ ମାନି ମହାପ୍ରଭୁଙ୍କୁ ଦର୍ଶନ କରୁଛନ୍ତି ଭକ୍ତ । ଶୃଙ୍ଖଳିତ ଦର୍ଶ ପାଇଁ ବ୍ୟାରିକେଡ୍ ବ୍ୟବସ୍ଥା ହୋଇଛି । ମାସ୍କ ପିନ୍ଧିବା ଓ ସାମାଜିକ ଦୂରତା ରକ୍ଷା କରିବା ବାଧ୍ୟତାମୂଳକ କରାଯାଇଛି । ମନ୍ଦିର ସିଂହଦ୍ୱାର ନିକଟରେ ସମସ୍ତଙ୍କର ଥର୍ମାଲ ସ୍କ୍ରିନିଂ କରାଯାଉଛି । ସିଂହଦ୍ୱାରରୁ ଆଡ଼କାଠ ଯାଏ ଯାଇ ପ୍ରଭୁ ଲିଙ୍କରାଜଙ୍କୁ ଦର୍ଶନ କରୁଛନ୍ତି ଭକ୍ତ । ମହାପ୍ରଭୁଙ୍କୁ ଗର୍ଭଗୃହକୁ ଯାଇ ଦର୍ଶନ କରିବା ନିଷେଧ କରାଯାଇଛି । ମନ୍ଦିର ଭିତରକୁ ଥରକେ ଶହେ ଶ୍ରଦ୍ଧାଳୁଙ୍କୁ ପ୍ରବେଶ ଅନୁମତି ଦିଆଯାଇଛି ।

ଭକ୍ତମାନଙ୍କଠାରୁ ସେବାୟତମାନେ କୌଣସି ପ୍ରକାର ଭୋଗ ଗ୍ରହଣ କରିପାରିବେ ନାହିଁ । ମନ୍ଦିର ପ୍ରବେଶ ଓ ପ୍ରସ୍ଥାନ ସ୍ଥାନରେ ଭକ୍ତଙ୍କ ହାତ ଧୁଆ ଓ ସାନିଟାଇଜ କରିବା ବ୍ୟବସ୍ଥା କରାଯିବ । କାହା ପାଖରେ ଥଣ୍ଡା ଓ କାଶର ଲକ୍ଷଣ ଥିଲେ ମନ୍ଦିରକୁ ପ୍ରବେଶ ମନା । ସେହିପରି ସାଂଘାତିକ ରୋଗରେ ଆକ୍ରାନ୍ତ ବ୍ୟକ୍ତି, ବୟସ୍କ, ଗର୍ଭବତୀ ମହିଳା କିମ୍ବା ୧୮ ବର୍ଷରୁ କମ୍ ପିଲାମାନଙ୍କର ପ୍ରବେଶ ନିଷେଧ କରାଯାଇଛି ।