Tuesday, November 17, 2026
Home ଆଞ୍ଚଳିକ ପ୍ରବାସୀ ଓଡ଼ିଆ ଙ୍କୁ ଦେଇଥିବା ପ୍ରତିଶ୍ରୁତି ରଖିଲେ ଯୋଗୀ

ପ୍ରବାସୀ ଓଡ଼ିଆ ଙ୍କୁ ଦେଇଥିବା ପ୍ରତିଶ୍ରୁତି ରଖିଲେ ଯୋଗୀ

19

ନୂଆଦିଲ୍ଲୀ,୦୧/୦୯/୨୧ (ଜିଲ୍ଲା ଖବର) : ପ୍ରବାସୀ ଓଡ଼ିଆ ଙ୍କୁ ଦେଇଥିବା ପ୍ରତିଶ୍ରୁତି ରଖିଲେ ଯୋଗୀ, ଖୁବଶୀଘ୍ର। ୟୁପିର ରାଜଧାନୀରେ ହେବ ଭବ୍ୟ ଜଗନ୍ନାଥ ମନ୍ଦିର । ଜମି ଯୋଗାଇ ଦେଲେ ଯୋଗୀ ଅଦିତ୍ୟନାଥ ।

ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ତାଙ୍କର ପ୍ରତିଶ୍ରୁତି ପାଳନ କରିଛନ୍ତି । ଏଥର ସେ ପ୍ରତିଶ୍ରୁତି ପାଳନ କରିଛନ୍ତି ଓଡ଼ିଆଙ୍କ ପାଇଁ। ୨୦୧୮ ରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ‘ଉତ୍କଳ ଦିବସ’ର ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଲକ୍ଷ୍ନରେ ଯୋଗ ଦେଇଥିଲେ। ପ୍ରବାସୀ ଓଡିଆ ସମାଜ ଦ୍ୱାରା ଆୟୋଜିତ ଏହି କାର୍ଯ୍ୟକ୍ରମରେ ସେ ‘ ଓଡ଼ିଶାର ସାଂସ୍କୃତିକ କେନ୍ଦ୍ର ‘ଏବଂ ଜଗନ୍ନାଥ ମନ୍ଦିର ପାଇଁ ସହାୟତା ଘୋଷଣା କରିଥିଲେ ।

ନିକଟରେ ଉତ୍ତରପ୍ରଦେଶ ସରକାର ଓଡ଼ିଶା ସମାଜଙ୍କୁ ସୂଚନା ଦେଇଛନ୍ତି ଯେ ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ନିର୍ଦ୍ଦେଶରେ ସରୋଜୀନିନଗରର ବିଜନୋରରେ ପାଞ୍ଚ ଏକର ଜମି ଓଡ଼ିଶାରେ ଏକ ସାଂସ୍କୃତିକ କେନ୍ଦ୍ର ଏବଂ ମନ୍ଦିର ନିର୍ମାଣ କରିବା ପାଇଁ ଦିଆଯାଇଛି।  ଏହି ମନ୍ଦିରର ଯୋଜନା ପୁରୀ ଜଗନ୍ନାଥ ମନ୍ଦିର ଭଳି ପ୍ରସ୍ତୁତ ହେବ ବୋଲି ଜଣାପଡ଼ିଛି।