Monday, October 12, 2026
Home ଆଞ୍ଚଳିକ କନ୍ଧମାଳ ଜିଲ୍ଲାର ନୂତନ ପରିଚୟ ସୃଷ୍ଟି କରିଥିବା ଗୀତିକାର ଶିବା

କନ୍ଧମାଳ ଜିଲ୍ଲାର ନୂତନ ପରିଚୟ ସୃଷ୍ଟି କରିଥିବା ଗୀତିକାର ଶିବା

14

ବାଲିଗୁଡ଼ା ,୩୧/୮(ଜିଲ୍ଲା ଖବର):
ଆଜି କାଲି ଦୁନିଆରେ ବହୁତ କିଛି କରିବା ପାଇଁ ଆଶା ଓ ଅଭିଳାଷ ରଖିଥାନ୍ତି କିନ୍ତୁ ଦୃଷ୍ଟି ଲୋଚନକୁ ଆଣିବା ପାଇଁ ବହୁତ ସମୟ ଲାଗିଥାଏ । ଏବେ ସୋସିଆଲ ମିଡ଼ିଆ ହେବା ପରେ ବହୁତ୍ କିଛି ନଜରକୁ ଆସିଛି। ଆଜି ଏମିତି କହୁଛୁ ଶୁଣିଲେ ଆଶ୍ଚର୍ଯ୍ୟ ଲାଗିବ। ଦୀର୍ଘ ୨ବର୍ଷ ଧରି କୋରନା ମହାମାରୀ ଲୋକଙ୍କୁ ଆଚମ୍ବିତ କରିଦେଇଛି। ଏହି ମହାମାରୀ ସମୟରେ ନିଜର ସମୟ ନଷ୍ଟ ନକରି ଘରେ ବସି ଲେଖିବାକୁ ଲାଗିଲେ ଏକ ଓଡ଼ିଆ ରାପ୍ ଗୀତ। ସେ ଆଉ କିଏ ନୁହନ୍ତି ଆମ କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଏନ୍ ଏ ସି ୱାର୍ଡ ନମ୍ୱର୍ ୧୩ ର ଶିବା ପତି। ବୟସ ମାତ୍ର ୨୩ ବର୍ଷ। ସଙ୍ଗୀତଟି ହେଲା ଏକ ନିରୀହ ପ୍ରେମିକର ଆତ୍ମହତ୍ୟା କାହାଣୀ ଉପରେ ଆଧାରିତ କରି ଲେଖିଛନ୍ତି ମୁଁ ମରିଯିବି। ଏହି ସଙ୍ଗୀତକୁ ଗାଇଛନ୍ତି ଓଡ଼ିଶାର ସୁନାମ ଧନ୍ୟ କଣ୍ଠଶିଳ୍ପୀ ହିୟୁମାନ୍ ସାଗର ଓ ରାପ କରିଛନ୍ତି ଶିବା ପତି। ଶିବା ପତି ହିୟୁମାନ୍ ସାଗର ସହିତ ମିଶି ଗୀତ ଗାଇଥିବାରୁ ଶିବା ପତିଙ୍କୁ ମଧ୍ୟ ଓଲିଉଡ଼ ଇଣ୍ଡଷ୍ଟ୍ରି ପକ୍ଷରୁ ଅଶେଷ ଅଶେଷ ଧନ୍ୟବାଦ୍ ଜଣେଇବା ସହ କନ୍ଧମାଳ ଜିଲ୍ଲାରେ ମଧ୍ୟ ବେଶ ଚର୍ଚ୍ଚିତ ହୋଇଛନ୍ତି।
ରିପୋର୍ଟ :ସୁକାନ୍ତ କୁମାର ତ୍ରିପାଠୀ