ଜଟଣୀ୩୧/୮(ଜିଲ୍ଲା ଖବର): ଜଟଣୀ ସହର ଓଡିଶାରେ ଏକ ସ୍ବତନ୍ତ୍ର ସ୍ଥାନ ଲାଭ କରିଛି . ଜଟଣୀ ଗଣେଶ ପୂଜାକୁ ଓଡିଶା ପ୍ରସିଦ୍ଧ ଗଣେଶ ପୂଜା କୁହାଯାଏ ଦୁଇ ବର୍ଷ ଧରି କରୋନା କଟକଣା ମଧ୍ୟରେ ଜଟଣୀ ଗଣେଶ ପୂଜାର ମହତ୍ଵ ମଉଳି ପଡିଛି ଚଳିତ ବର୍ଷ ମଧ୍ୟ ତୃତୀୟ ଲହରର ଭୟାବହତାକୁ ଦୃଷ୍ଟିରେ ରଖି ଜନସାଧାରଣଙ୍କ ହିତ ପାଇଁ ରାଜ୍ୟ ସରକାର ପୂଜା ପାର୍ବଣରେ କିଛି କଟକଣା ରଖିଛନ୍ତି। ଏହି ପରିପ୍ରେକ୍ଷୀରେ ରବିବାର ଜଟଣୀ ଥାନା ପକ୍ଷରୁ ଥାନା ପରିସରରେ ଗଣେଶ ପୂଜା ପ୍ରସ୍ତୁତି ବୈଠକ ଜଟଣୀ ଥାନା ଆଇଆଇସି ବିଶ୍ୱରଞ୍ଜନ ସାହୁ ଏବଂ ଭୁବନେଶ୍ବର ଜୋନ୍ ୩ ଏସିପି ଭରତ ଚନ୍ଦ୍ର ସାହୁଙ୍କ ନେତୃତ୍ଵରେ ଜଟଣୀର ସମସ୍ତ ବ୍ୟବସାୟୀ ସଂଘର କର୍ମକର୍ତା ଏବଂ ସାମ୍ବାଦିକଙ୍କ ଉପସ୍ଥିତିରେ ଅନୁଷ୍ଠିତ ହୋଇଯାଇଛି ରାଜ୍ୟ ସରକାରଙ୍କ ଗାଇଡଲାଇନ ଅନୁଯାୟୀ ପାର୍ବଣ ପାଳିବା ପାଇଁ ଜଟଣୀର ସମସ୍ତ ବ୍ୟବସାୟୀ ସଂଘର କର୍ମକର୍ତ୍ତାମାନଙ୍କୁ ସୂଚନା ପ୍ରଦାନ କରାଯାଇଥିଲା।
ରୀପୋର୍ଟ :-ଖୋର୍ଦ୍ଧା ଜିଲ୍ଲା ସଞ୍ଜୀବ କୁମାର



