
୩୧/୦୮/୨୧ (ଜିଲ୍ଲା ଖବର) : ଭିନ୍ନ ଲୁକରେ ନଜର ଆସିଛନ୍ତି ଡିନୋ ମୋରେଆ। ତାଙ୍କ ଲୁକକୁ ନେଇ ଦର୍ଶକ ଖୁବ ପସନ୍ଦ ମଧ୍ୟ କରୁଛନ୍ତି । ଦୀର୍ଘ ଦିନର ବ୍ୟବଧାନ ପରେ ନଜର ଆସିଛନ୍ତି ଡିନୋ। ବଲିଉଡ ଅଭିନେତା ଡିନୋ ମୋରେଆ ୱେବ୍ ସିରିଜ୍ ‘ଦ ଏମ୍ପାୟାର୍’ରେ ନଜର ଆସିଛନ୍ତି । ମୋଗଲ ଶାସକ ବାବରଙ୍କ ଏହି ୱେବ୍ ସିରିଜରେ ଡିନୋ ମୋରିଆଙ୍କ ଚରିତ୍ରକୁ ବହୁତ ପସନ୍ଦ କରାଯାଉଛି।
ଏହି ସିରିଜ୍ରେ ତାଙ୍କ ସହ ନଜର ଆସିବେ ଶବାନା ଆଜମୀ, ଦୃଷ୍ଟି ଧାମି, କୃଣାଲ କପୁର ଏବଂ ରାହୁଲ ଦେବଙ୍କ ଭଳି ବଡ଼ ଷ୍ଟାର । ଏହାକୁ ମିତାକ୍ଷରା କୁମାର ନିର୍ଦ୍ଦେଶନା ଦେଇଛନ୍ତି।
ଏକ ଇଣ୍ଟରଭ୍ୟୁରେ ଡିନୋ ତାଙ୍କର ବଲିଉଡରେ ସଂଘର୍ଷକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି। ଡିନୋ ମୋରିଆ କହିଛନ୍ତି, “ମୁଁ ୧୫ ଟି ଫିଲ୍ମରେ ଅଭିନୟ କରିସାରିଥିଲି । ତଥାପି, ମୁଁ ଦିଲ୍ଲୀର ଏକ ଆକ୍ଟିଂ ସ୍କୁଲ୍ରେ ଆଡମିଶନ୍ ନେଇଥିଲି, କାରଣ ମୁଁ କୌଣସି ଆକ୍ଟିଂ ସ୍କୁଲ୍କୁ ଯାଇ ନଥିଲି। ସେଠାରେ ମୁଁ ନୂଆ ଜିନିଷ ଜାଣିବାକୁ ପାଇଲି ଏବଂ ଶିଖିଲି । ୨୦୧୩ ଠାରୁ, ମୁଁ ଅନେକ ନିର୍ଦ୍ଦେଶକ ଏବଂ ପ୍ରଡ୍ୟୁସର୍ଙ୍କ ନିକଟକୁ କାମ ମାଗିବାକୁ ଯାଇଥିଲି, କିନ୍ତୁ କିଛି ଲାଭ ହୋଇନଥିଲା । ତେଣୁ କିଛି ସମୟ ଅଟକି ଗଲି ଏବଂ ଉପଯୁକ୍ତ ସୁଯୋଗକୁ ଅପେକ୍ଷା କଲି। “
ଏହାସହ ଡିନୋ କହିଛନ୍ତି ଜିମ୍, ଫିଟନେସ୍ ଏବଂ ସ୍ୱାସ୍ଥ୍ୟ ମୋତେ ବହୁତ ସାହାଯ୍ୟ କରିଥିଲା । ନିଜକୁ ବଞ୍ଚାଇବା ପାଇଁ ଛୋଟ ଛୋଟ ଭୂମିକା ଗ୍ରହଣ କରିବାକୁ ମଧ୍ୟ ଚେଷ୍ଟା କରିଥିଲି । ୨୦୧୭ ରେ ‘ମେଣ୍ଟାଲ୍ହୁଡ୍’, ‘ହୋଷ୍ଟେଜ୍’ ଏବଂ ‘ତାଣ୍ଡବ’ ଭଳି ୱେବ୍ ସିରିଜ୍ କରିବା ପରେ ମୋତେ ‘ଏମ୍ପାୟାର୍’ରେ କାମ କରିବାର ସୁଯୋଗ ମିଳିଲା।”
ଏହାସହ ଡିନୋ ମୋରିଆ ୧୯୯୯ ରେ ଫିଲ୍ମ ‘ପ୍ୟାର ମେଁ କଭି କଭି’ରୁ ବଲିଉଡରେ ଡେବ୍ୟୁ କରିଥିଲେ ।


