Tuesday, October 13, 2026
Home ଅପରାଧ କେବେ ଗିରଫ ହେବେ ବିଜେଡି ନେତା ମାନସ ଦାସ ?

କେବେ ଗିରଫ ହେବେ ବିଜେଡି ନେତା ମାନସ ଦାସ ?

12

୩୧/୦୮/୨୧ (ଜିଲ୍ଲା ଖବର) :  କେବେ ଗିରଫ ହେବେ ବିଜେଡି ନେତା ମାନସ ଦାସ ?  ଦଳିତଙ୍କୁ ହିନ୍ଦୁମାନଙ୍କଠାରୁ ଅଲଗା କରିବା ପାଇଁ କରୁଥିଲେ ଷଡ଼ଯନ୍ତ୍ର । ଠାକୁରଙ୍କୁ ନୁହେଁ ତାଙ୍କୁ ପୂଜା କରିବା ପାଇଁ ଦେଉଥିଲେ ଧମକ ।

ଖୋର୍ଦ୍ଧା ବେଗୁନିଆରେ ମାନବବାଦ ସଂଗଠନର ତାଲିବାନୀ ଶାସନର ଗୋଟିଏ ପରେ ଗୋଟିଏ ଖୁଲାସା । କେବଳ ସତ୍ୟବ୍ରତ କି ମାଗୁଣି ନାୟକ ନୁହେଁ ଏମିତି ଆହୁରି ଅନେକ ପରିବାର ହୋଇଛନ୍ତି ଅତ୍ୟାଚାରର ଶିକାର ।

 5 ପରିବାର ଗାଁ ଛାଡି ଅନ୍ୟସ୍ଥାନରେ ରହୁଛନ୍ତି ଭଣ୍ଡ ଗୁରୁଜୀଙ୍କ ଭୟରେ। ସଙ୍ଗଠନର ସଦସ୍ୟ ମାନେ କରୁଥିଲେ ହିନ୍ଦୁ ଧର୍ମ ବିରୋଧୀ କାର୍ଯ୍ୟ ।  ଗ୍ରାମଦେବୀଙ୍କୁ ଉପରେ ବୋଦା ରକ୍ତ ପକାଉଥିଲେ। ଏତିକି ନୁହେଁ, ବୋହୂ ସିନ୍ଦୁର ପିନ୍ଧି ପାରିବନି କି ଚୁଡି ପିନ୍ଧି ପାରିବନି ବୋଲି ସେ ନିର୍ଦ୍ଦେଶ ଦେଇଥିଲେ ।  

ସେପଟେ ଭଣ୍ଡ ଗୁରୁଜୀଙ୍କ ପଛରେ ବିଦେଶୀ ମିଶନାରୀ ଫଣ୍ଡ। ଏଭଳି ଚାଞ୍ଚଲ୍ୟକର ତଥ୍ୟ ଏବେ ସାମ୍ନାକୁ ଆସିଛି। ମାନସ ଦାସ ଓ ତାଙ୍କ ସଂଗଠନ ଧର୍ମାନ୍ତରୀକରଣ କାମରେ ଲାଗିଛି।

ଦଳିତ ମାନଙ୍କୁ ହିନ୍ଦୁମାନଙ୍କ ଠାରୁ ଅଲଗା କରିବା ପାଇଁ ଭଣ୍ଡ ଗୁରୁଜୀଙ୍କ ସଙ୍ଗଠନ କାମ କରୁଛି। ଅନ୍ୟପଟେ ସାଂଘାତିକ ତଥ୍ୟ ସାମ୍ନାକୁ ଆସୁଥିଲେ ବି ବାବାଙ୍କ ପାଖରେ ପହଞ୍ଚିପାରୁନି ପୋଲିସ । ପ୍ରବଚନରେ ବଡ ବଡ କଥା କହୁଥିବା ଏହି ଭଣ୍ଡ ଗୁରୁଜୀଙ୍କୁ କିଏ ସୁରକ୍ଷା ଦେଉଛି ତାହା ଏବେ ବଡ ପ୍ରଶ୍ନ ।