
୩୧/୦୮/୨୧ (ଜିଲ୍ଲା ଖବର) : ଆଜିଠୁ ଭୁବନେଶ୍ୱରରେ ଆରମ୍ଭ ହେବ ସେରୋ ସର୍ଭେ । ଦୁଇ ଦିନ ଧରି ହେବ ଏହି ସେରୋ ସର୍ଭେ।ବିଏମ୍ସି ପକ୍ଷରୁ ଜାରି ହୋଇଥିବା ନିର୍ଦ୍ଦେଶନାମା ଅନୁସାରେ ୮, ୧୫, ୩୨, ୪୧ ଓ ୬୩ ୱାର୍ଡରେ ସେରୋ ସର୍ଭେ ପାଇଁ ନମୁନା ସଂଗ୍ରହ କରାଯିବ ।
ଏଥିପାଇଁ ୫ଟି ୱାର୍ଡରେ ୫ ଜଣ ନୋଡାଲ ଅଫିସରଙ୍କୁ ନିଯୁକ୍ତ କରାଯାଇଛି । ଆରଏମ୍ଆରସି ପକ୍ଷରୁ ରାଜ୍ୟର ୧୨ଟି ଜିଲ୍ଲାରେ ସେରୋ ସର୍ଭେ କରାଯିବ । ଏହି ସେରୋ ସର୍ଭେରେ ବିଭିନ୍ନ ବୟସର ୨୦୦ ଜଣଙ୍କୁ ସାମିଲ କରାଯିବାର ସୂଚନା ରହିଛି।


