Monday, October 12, 2026
Home ଆଞ୍ଚଳିକ ଛାତ୍ରଙ୍କୁ ଅଶାଳୀନ ଇଙ୍ଗିତ କରି ବନ୍ଧା ହେଲେ ଅଧ୍ୟାପକ

ଛାତ୍ରଙ୍କୁ ଅଶାଳୀନ ଇଙ୍ଗିତ କରି ବନ୍ଧା ହେଲେ ଅଧ୍ୟାପକ

17

ଯାଜପୁର,୩୧/୦୮/୨୧ (ଜିଲ୍ଲା ଖବର) :  ଛାତ୍ରଙ୍କୁ ଅଶାଳୀନ ଇଙ୍ଗିତ କରି ବନ୍ଧା ହେଲେ ଅଧ୍ୟାପକ । ଯାଜପୁର ଚିତୋଳୋ ମହାବିଦ୍ୟାଳୟର ଅଧ୍ୟାପକ ନିରଞ୍ଜନ ପଣ୍ଡାଙ୍କ ନାଁରେ ସଙ୍ଗୀନ ଅଭିଯୋଗ ଆଣିଛନ୍ତି କଲେଜର ଛାତ୍ରଛାତ୍ରୀ ।

ଛାତ୍ରଛାତ୍ରୀଙ୍କୁ ଯୌନ ନିବେଦନ କରିବା ସହ କଥା ନ ମାନିଲେ ମାର୍କ କମାଇଦେବାକୁ ଧମକ ଦେଉଥିଲେ ଅଧ୍ୟାପକ । ଥାନାରେ ଏତଲା ପରେ ନିରଞ୍ଜନ ପଣ୍ଡାଙ୍କୁ ଗିରଫ କରିଛି ଯାଜପୁର ଟାଉନ ଥାନା ପୋଲିସ । ଏହାସହ ଅଧ୍ୟାପକଙ୍କୁ କଲେଜରୁ ତୁରନ୍ତ ବହିଷ୍କାର କରିବାକୁ ଦାବି କରିଛନ୍ତି  ଛାତ୍ରଛାତ୍ରୀ ।