
୩୧/୦୮/୨୧ (ଜିଲ୍ଲା ଖବର) : କାବୁଲ ଛାଡିଲା ଆମେରିକା । ଦୁଇ ଦଶନ୍ଧିର ମିଶନ୍ ଶେଷ । ଦୀର୍ଘ ୨୦ ବର୍ଷ ପରେ ଆଫଗାନିସ୍ତାନରୁ ଆମେରିକା ସେନାର ଚୂଡାନ୍ତ ପ୍ରତ୍ୟାହାର କରିନେଇଛି । ପୂର୍ବ ନିଷ୍ପତି ଅନୁସାରେ , ଅଗଷ୍ଟ ୩୧ ସୁଦନ୍ଧା ସମ୍ପୂର୍ଣ୍ଣ ସେନା ପ୍ରତ୍ୟାହାର କରିବାକୁ ଆମେରିକା ପ୍ରତିଶ୍ରୁତି ହେଇଥିଲା ।
ଫଳରେ ଆଫଗାନିସ୍ତାନରେ ଦୀର୍ଘ ଦୁଇ ଦଶନ୍ଧି ଧରି ଚାଲିଥିବା ମିଶନର ପରିସମାପ୍ତି ଘଟିଛି । ପୂର୍ବରୁ ବିଭିନ୍ନ ପର୍ଯ୍ୟାୟରେ ସେନା ଆମେରିକା ଫେରିଥିବା ବେଳେ ୪ ହଜାର ସେନା କାବୁଲ ବିମାନ ବନ୍ଦରରେ ମୁତୟନ ଥିବା ନେଇ ଆମରିକୀୟ ପ୍ରଶାସନ ପକ୍ଷରୁ କୁହାଯାଇଥିଲା । କାବୁଲ ବିମାନ ବନ୍ଦରର ସୁରକ୍ଷା ଦାୟିତ୍ୱରେ ରହିଥିବା ଏହି ସେନା ଆଫଗାନିସ୍ତାନ ଛାଡୁଥିବା ସମସ୍ତ ବିଦେଶୀ ନାଗରିକମାନଙ୍କୁ ସୁରକ୍ଷିତ ସ୍ୱଦେସ ଫେରାଇ ନେବାକୁ ଦାୟିତ୍ୱରେ ରହିଥିଲା । ରବିବାର ସୁଦ୍ଧା ମାତ୍ର ଆଉ ୧ ହଜାର ବିଦେଶୀ ନାରଗିକ ରହିଥିବା ବେଳେ ସେମାନେ ସୋମବାର ସୁଦ୍ଧା ସ୍ବଦେଶ ପ୍ରତ୍ୟାବର୍ତ୍ତନ କରିଛନ୍ତି । ଏହାପରେ ଆଜି ସମସ୍ତ ଆମେରିକୀୟ ସେନା ନିଜ ଦେଶକୁ ଫେରିଯାଇଛନ୍ତି ।



