Thursday, October 15, 2026
Home ଆଞ୍ଚଳିକ ଆଜି ଶ୍ରୀମନ୍ଦିରରେ ପାଳିତ ହେଉଛି ନନ୍ଦୋତ୍ସବ

ଆଜି ଶ୍ରୀମନ୍ଦିରରେ ପାଳିତ ହେଉଛି ନନ୍ଦୋତ୍ସବ

12

ପୁରୀ, ୩୧/୦୮/୨୧ (ଜିଲ୍ଲା ଖବର) : ଜନ୍ମାଷ୍ଟମୀରେ ଶ୍ରୀକୃଷ୍ଣଙ୍କ ଧରାବତରଣ ପରେ ଆଜି ପୁରୀ ଶ୍ରୀମନ୍ଦିରରେ ପାଳିତ ହେଉଛି ନନ୍ଦୋତ୍ସବ । ମଙ୍ଗଳ ଆଳତୀ ପରେ ମହାଜନ ସେବାୟତ ରାମକୃଷ୍ଣ ଓ ମଦନମୋହନଙ୍କୁ ଆଣି ଦୋଳିରେ ବିଜେ କରିବେ । ମଇଲମ ଓ ଅନ୍ୟାନ୍ୟ ନୀତି ସରିବା ପରେ ପ୍ରଭୁ ଶ୍ରୀଜଗନ୍ନାଥ ଓ ଦେବୀ ସୁଭଦ୍ରାଙ୍କ ନିକଟରେ ଷଠି ଓ ମାର୍କଣ୍ଡି ପୂଜା ହେବ ।

ମଙ୍ଗଳାର୍ପଣ ଓ ବନ୍ଦାପନା ନୀତି ପରେ ଭଣ୍ଡାରଘରୁ ଦେବୀ ଦୁର୍ଗାଙ୍କୁ ପତି ମହାପାତ୍ର ବିଜେ କରାଇ ଆଣିବେ । ଦୋଳିରେ ବସିଥିବା ରାମକୃଷ୍ଣ ଏବଂ ମଦନମୋହନ ଓହ୍ଲାଇ ଖଟ ଉପରେ ବିଜେ କରିବେ। ଭିତର ଚ୍ଛ ମହାପାତ୍ର ନନ୍ଦରାଜା ରୂପରେ ଶ୍ରୀନହରକୁ ଯାଇ ଫେରିବା ପରେ ସ୍ନାନମଣ୍ଡପ ଉପରେ ବସିବେ । ଭରତିଆ ଗୌଡ଼ ପୁତ୍ର ଜନ୍ମ ହେବା ଖବର ନନ୍ଦ ରାଜାଙ୍କୁ ଦେବେ । ଏହି ପରି ଭାବରେ ପୁରୀରେ ପାଳିତ ହୋଇଥାଏ ନନ୍ଦୋତ୍ସବ।