
୩୧/୦୮/୨୧ (ଜିଲ୍ଲା ଖବର) : ଆଜି ଆସିପାରେ ସେପ୍ଟେମ୍ବର ମାସ ପାଇଁ ନୂଆ ଗାଇଡଲାଇନ୍ । ପାର୍ବଣ ଋତୁରେ କଣ ରହିବ କଟକଣା ତା ଉପରେ ସମସ୍ତଙ୍କ ନଜର । ନିୟମ ଅଧିକ କୋହଳ କରିବେ ନା କଟକଣା ବଳବତ୍ତର ରଖିବେ ରାଜ୍ୟ ସରକାର ତାକୁ ନେଇ ଚର୍ଚ୍ଚା । ପାର୍ବଣ ଋତୁ ଆରମ୍ଭ ହେଉଛି । ତେଣୁ ବିଭିନ୍ନ ସ୍ଥାନରେ ଜନଗହଳି ଯେପରି ନ ହୁଏ, ସେଥିପ୍ରତି ସତର୍କ ରହିବାକୁ କେନ୍ଦ୍ର ସରକାର ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି ।
ବର୍ତ୍ତମାନ କଟକ, ଭୁବନେଶ୍ୱର ଓ ପୁରୀ ସହରରେ ସପ୍ତାହାନ୍ତ ସଟ୍ଡାଉନ୍ ଜାରି ହୋଇଛି । ତେବେ ଏହା ହଟିବ ନା ନାହିଁ ତା ଉପରେ ମଧ୍ୟ ସମସ୍ତଙ୍କ ନଜର ରହିଛି । ଅଗଷ୍ଟମାସ ଗାଇଡଲାଇନ ସମୟ ଶେଷ ହେବାକୁ ଯାଉଥିବା ବେଳେ ସପ୍ତାହାନ୍ତ ସଟଡାଉନ ହଟାଇବା ପାଇଁ ସ୍ୱର ଉଠିଛି । ଆଗକୁ ପାର୍ବଣ ଋତୁ ଆସୁଥିବାରୁ କେନ୍ଦ୍ର ସରକାର ଗାଇଡ ଲାଇନ ଜାରି କରି ସାରିଛନ୍ତି । କେରଳରେ ଓନମ ପରେ ସଂକ୍ରମଣ ପୁଣି ବଢିଥିବାରୁ ଏହାକୁ ଏକ ସତର୍କ ସୂଚନା ଭାବେ ଦେଖାଯାଉଛି ।


