
୩୧/୦୮/୨୧ (ଜିଲ୍ଲା ଖବର) : ଖୁସି ମନାଉଛନ୍ତି ତାଲିବାନୀ। ଆମେରିକା ସୈନ୍ୟ ଆଫଗାନିସ୍ତାନ ଛାଡ଼ିବା ପରେ ଖୁସି ଜାହିର କରିଛନ୍ତି ତାଲିବାନୀ । କାବୁଲ ଏୟାରପୋର୍ଟରେ ତାଲିବାନୀ ମାନେ ଫାୟାରିଂ କରୁଥିବାର ଦୃଶ୍ୟ ଏବେ ଭାଇରାଲ ହେବାରେ ଲାଗିଛି ।
୨୦ ବର୍ଷ ଧରି ଚାଲିଥିବା ଯୁଦ୍ଧର ଅବସାନ ଘଟାଇ ବିଶ୍ୱର ଶକ୍ତିଶାଳୀ ରାଷ୍ଟ୍ର ବୋଲାଉଥିବା ଯୁକ୍ତରାଷ୍ଟ୍ର ଆମେରିକା ସେନା ଆଫଗାନିସ୍ତାନ ଛାଡିଛନ୍ତି । ତେବା ସେନା ଦେଶ ଛାଡିଯିବା ପରେ ଖୁସିରେ ମସଗୁଲ ତାଲିବାନୀ । ଖୁସିରେ ତାଲିବାନ ମାନେ ଆରମ୍ଭ କରିଦେଇଛନ୍ତି ସେଲିବ୍ରେସନ । ବିଳମ୍ୱିତ ରାତିରେ ଆତସବାଜୀ ଓ ଗୁଳିରେ କମ୍ପିଥିଲା କାବୁଲ ମାଟି । ଆକାଶରୁ ହୋଇଥିଲା ଆତସବାଜୀ ଓ ଗୁଳିବର୍ଷା ।



