
ଯାଜପୁର,୩୧/୦୮/୨୧ (ଜିଲ୍ଲା ଖବର) : ଗାଁରେ ବୁଲୁଛି ଭାଲୁ । ଯାଜପୁର ଦାନଗଦି ବ୍ଲକ ସାଳିଜଙ୍ଗା ଗାଁରେ ଭାଲୁ ଡ଼ର । କେତେବେଳେ ଦାଣ୍ଡରେ ତ କେବେ ପୋଖରୀହୁଡାରେ ଭାଲୁକୁ ଦେଖିବାକୁ ମିଳୁଛି । ଆଜି ମଧ୍ୟ ଭୋର ୫ଟା ସମୟରେ ପୋଖରୀ ହୁଡ଼ାରେ ଭାଲୁକୁ ଦେଖିଥିଲେ ଲୋକେ । ପରେ ଗ୍ରାମବାସୀ ଭାଲୁକୁ ଜଙ୍ଗଲ ଅଭିମୁଖେ ଘଉଡ଼ାଇଦେଇଥିଲେ ।
ଗତ ସପ୍ତାହରେ ମଧ୍ୟ ଗାଁରେ ରାତିରେ ଭାଲୁ ବୁଲୁଥିବାର ଦୃଶ୍ୟ ନଜରକୁ ଆସିଥିଲା । ବନବିଭାଗକୁ ଗ୍ରାମବାସୀ ଜଣାଇଥିଲେ କିଛି ଲାଭ ମିଳୁନଥିବାବେଳେ ବିଭାଗୀୟ ଅଧିକାରୀ ତୁରନ୍ତ ଏ ଦିଗରେ ପଦକ୍ଷେପ ନେଇ ଭାଲୁକୁ ଅନ୍ୟତ୍ର ଜଙ୍ଗଲରେ ଛାଡିବାକୁ ଗ୍ରାମବାସୀ ଦାବି କରିଛନ୍ତି ।



