
ଭୁବନେଶ୍ଵର,୩୦/୦୮/୨୧ (ଜିଲ୍ଲା ଖବର) : ଆଉ ଦିନକ ପରେ ବିଧାନସଭା ମୌସୁମୀ ଅଧିବେଶନ। ସେପ୍ଟେମ୍ବର ପହିଲାରୁ ୯ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ଅଧିବେଶନ ଲାଗି ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। କୋଭିଡ କଟକଣା ଭିତରେ ଏହି ସ୍ୱଳ୍ପ ଅଧିବେଶନ ବସୁଥିଲେ ବି ଗୃହ କାର୍ଯ୍ୟ ସ୍ୱାଭାବିକ ରହିବ।
ତାରକା ପ୍ରଶ୍ନ ସହିତ ମୁଲତବୀ ଆଲୋଚନା ବି ରହିବ। ଅଧିବେଶନ ସଂକ୍ଷିପ୍ତ ଥିଲେ ବି ବିରୋଧୀଙ୍କ ହାତରେ ରହିଛି ପ୍ରସଙ୍ଗର ଲମ୍ବା ତାଲିକା। ମୁଖ୍ୟ ବିରୋଧୀ ବିଜେପି ରାଜ୍ୟରେ ମରୁଡି ସ୍ଥିତି, ଷ୍ଟାଫ ସିଲେକ୍ସନ ଦୁର୍ନୀତି, ମାହାଙ୍ଗା ଡବଲ ମର୍ଡର କେସ ରେ ମନ୍ତ୍ରୀଙ୍କ ସମ୍ପୃକ୍ତି ଭଳି ଅନେକ ପ୍ରସଙ୍ଗ ରହିଛି।
ଆସନ୍ତାକାଲି ବିଧାୟକ ଦଳ ବୈଠକରେ ଚୂଡାନ୍ତ ରଣନୀତି ପ୍ରସ୍ତୁତ କରିବ ଦଳ। ସେହିପରି କଂଗ୍ରେସ ମରୁଡି,ଆଇନଶୃଙ୍ଖଳା, ଦୁର୍ନୀତି, ମହଙ୍ଗା ଡବଲ ମର୍ଡର ଆଦି ପ୍ରସଙ୍ଗକୁ ମୁଖ୍ୟ ଅସ୍ତ୍ର କରିବ।
ଆସନ୍ତାକାଲି ସନ୍ଧ୍ୟା ୫ ଟାରେ ବିଧାୟକ ଦଳ ବୈଠକରେ ଦଳ ତାର ରଣନୀତି ପ୍ରସ୍ତୁତ କରିବ । ଶାସକ ଦଳ କହିଛି ଅଧିବେଶନ ସ୍ୱଳ୍ପ ସମୟ ପାଇଁ ବସୁଥିବାରୁ ବିରୋଧୀ ସହଯୋଗ କରିବା ଆବଶ୍ୟକ। ବିରୋଧୀ ଯେଉଁ ପ୍ରସଙ୍ଗ ଆଣିବେ ସମସ୍ତ ପ୍ରସଙ୍ଗରେ ଆଲୋଚନା ପାଇଁ ଶାସକଦଳ ପ୍ରସ୍ତୁତ ବୋଲି ସରକାରୀ ଦଳର ମୁଖ୍ୟ ସଚେତକ କହିଛନ୍ତି ।



