Home ଆଞ୍ଚଳିକ ପାରାଲିମ୍ପିକ୍ସରେ ଭାରତକୁ ପ୍ରଥମ ସ୍ୱର୍ଣ୍ଣ ପଦକ, ଟ୍ୱିଟ କରି ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ

ପାରାଲିମ୍ପିକ୍ସରେ ଭାରତକୁ ପ୍ରଥମ ସ୍ୱର୍ଣ୍ଣ ପଦକ, ଟ୍ୱିଟ କରି ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ

6

୩୦/୦୮/୨୧ (ଜିଲ୍ଲା ଖବର) : ଟୋକିଓ ପାରାଲିମ୍ପିକ୍ସରେ ସୁଟିଂରେ ଭାରତ ପାଇଁ ଗୌରବ ଆଣିଛନ୍ତି ଅବନୀ ଲଖେରା । ପ୍ରଥମ ପଦକ ଜିତି ଇତିହାସ ରଚିଛନ୍ତି ଅଭନୀ । ୧୦ ମିଟର ଏୟାର ରାଇଫଲରେ ସ୍ୱର୍ଣ୍ଣ ପଦକ ଜିତିଛନ୍ତି ମହିଳା ସୁଟର ଅଭନୀ ଲେଖରା ।୧୯ ବର୍ଷୀୟ ଅଭନୀ ଭାରତ ପାଇଁ ଗୌରବ ଆଣିଛନ୍ତି। ମୋଟ୍ ୨୪୯.୬ ପଏଣ୍ଟ ହାସଲ କରିଛନ୍ତି । ଯାହାକି ପାରାଲିମ୍ପିକ୍ସରେ ଏକ ରେକର୍ଡ ।

ତେବେ ଅଭନୀଙ୍କ ଏହି ବିଜୟ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ସେମତ ଅନେକ ବ୍ୟକ୍ତି ବିଶେଷ ଶୁଭେଚ୍ଛା ଜଣାଇଛନ୍ତି । ତାଙ୍କର ଏହି ସଫଳତା ପାଇଁ ଶୁଭକମନା ଦେଇଛନ୍ତି । ସେହିପରି ଡିସକସ ଥ୍ରୋରେ ମଧ୍ୟ ଭାରତକୁ ମିଳିଛି ସଫଳତା । ଭାରତ ପାଇଁ ରୌପ୍ୟ ପଦକ ଜିତିଛନ୍ତି ଯୋଗେଶ ଖଟୁନିଆ । ସେପଟେ ଜେଭଲିନ ଥ୍ରୋରେ ଭାରତକୁ ମିଳିଛି ୨ଟି ପଦକ । ଭାରତ ପାଇଁ ପଦକ ଜିତିଛନ୍ତି ଦେବେନ୍ଦ୍ର ଝାଜରିଆ ଓ ସୁନ୍ଦର ସିଂହ । ଦେବେନ୍ଦ୍ରଙ୍କୁ ରୌପ୍ୟ ପଦକ ମିଳିଥିବାବେଳେ ସୁନ୍ଦର ବ୍ରୋଞ୍ଜ ପଦକ ହାସଲ କରିଛନ୍ତି । ଏଥିସହ ଟୋକିଓ ପାରା ଅଲିମ୍ପିକ୍ସରେ ଭାରତର ପଦକ ସଂଖ୍ୟା ୭ରେ ପହଞ୍ଚିଛି ।