
ଭୁବନେଶ୍ୱର, ୩୦/୦୮/୨୧ (ଜିଲ୍ଲା ଖବର) : ଭୁବନେଶ୍ୱରରେ ଗତ 24 ଘଣ୍ଟାରେ 37 ଜଣ ଡେ଼ଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି। ଏଥି ସହିତ ଭୁବନେଶ୍ଵରର ମୋଟ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା 2069କୁ ବୃଦ୍ଧି ପାଇଛି। ବର୍ତ୍ତମାନ ସୁଦ୍ଧା 1771ଜଣ ସୁସ୍ଥ ହୋଇଛନ୍ତି।
ବର୍ତ୍ତମାନ ଆକ୍ଟିଭ କେଶ 298 ରହିଛି। ଗତ 24 ଘଣ୍ଟାରେ ସଚେତନତା ଓ ସଫେଇ କାର୍ଯ୍ୟକ୍ରମକୁ ବ୍ୟାପକ କରାଯାଇ 33135ଟି ଘରେ ମୋଟ 1,36,000 ଲୋକଙ୍କ ଠାରୁ ତଥ୍ୟ ସଂଗ୍ରହ କରାଯାଇଛି।
85299ଟି ସମ୍ଭାବ୍ୟ ମଶା ବୃଦ୍ଧି ସ୍ଥାନକୁ ହଟେଇବା ସହ 87932ଟି ସ୍ଥାନରୁ ମଶାର ଲାର୍ଭାକୁ ଚିହ୍ନଟ କରି ନଷ୍ଟ କରାଯାଇଥିବା ବିଏମସି ପକ୍ଷରୁ ସୂଚନା ମିଳିଛି।


