
୩୦/୦୮/୨୧ (ଜିଲ୍ଲା ଖବର) : ଆଜି ଭାଦ୍ରବ ମାସ କୃଷ୍ଣପକ୍ଷ ଅଷ୍ଟମୀ ତିଥି, ପବିତ୍ର ଜନ୍ମାଷ୍ଟମୀ। ଏହି ତିଥିକୁ ଭଗବାନ ଶ୍ରୀକୃଷ୍ଣଙ୍କ ଜନ୍ମଦିବସ ରୂପେ ପାଳନ କରାଯାଏ। ପୁରାଣ କଥାଅନୁସାରେ ଭଗବାନ ଶ୍ରୀକୃଷ୍ଣ ଦ୍ଵାପର ଯୁଗର ଶେଷ ଭାଗରେ ଏହି ଦିନ ଧରା ଅବତରଣ କରିଥିଲେ । ଦେବକୀଙ୍କ ଗର୍ଭରୁ ବନ୍ଦିଶାଳାରେ ଶ୍ରୀକୃଷ୍ଣ ଜନ୍ମ ନେଇଥିଲେ । ଜନ୍ମ ନେବା ସମୟରେ ଶଙ୍ଖ, ଚକ୍ର, ଗଦା, ପଦ୍ମଧାରୀ ସ୍ଵରୂପରେ ମାତାପିତାଙ୍କୁ ଦର୍ଶନ ଦେଇଥିଲେ ଶ୍ରୀକୃଷ୍ଣ । ସେବେଠୁ ଏହି ଦିନ ଜନ୍ମାଷ୍ଟମୀ ଭାବେ ପାଳନ ହୋଇଆସୁଛି।
ଆଜି ଜନ୍ମାଷ୍ଟମୀକୁ ନେଇ ରାଜ୍ୟର ବିଭିନ୍ନ ଦେବାଳୟ ମାନଙ୍କରେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। ପୁରୀ ଶ୍ରୀମନ୍ଦିରରେ ଜନ୍ମାଷ୍ଟମୀ ନିତୀକାନ୍ତୀ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ହୋଇଥିବା ବେଳେ ଅନ୍ୟାନ୍ୟ ଦେବପୀଠ ମାନଙ୍କରେ ସକାଳୂ ସକାଳୁ ପୂଜାର୍ଚ୍ଚନା ଆରମ୍ଭ ହୋଇଛି । ତେବେ ଚଳିତ ବର୍ଷ କରୋନା ସଂକ୍ରମଣ ଯୋଗୁ ଭିଡ ଏଡାଇବାକୁ ମନ୍ଦିର ମାନଙ୍କରେ ସୀମିତ ସେବାୟତଙ୍କୁ ନେଇ ଜନ୍ମାଷ୍ଟମୀ ଅନୁଷ୍ଠିତ ହେଉଛି।


