
୩୦/୦୮/୨୧ (ଜିଲ୍ଲା ଖବର) : ରବିବାର ମନ କି ବାତ କାର୍ଯ୍ୟକ୍ରମ ଅବସରରେ ଜନ୍ମାଷ୍ଟମୀ ବିଷୟରେ ଆଲୋଚନା କରିବା ସହିତ ଦେଶବାସୀଙ୍କୁ ଶୁଭେଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଆଜି ସାରା ଦେଶ ଜନ୍ମାଷ୍ଟମୀ ପାଳନ କରିବ, ଏହି ଅବସରରେ ଭଗବାନ ଶ୍ରୀକୃଷ୍ଣଙ୍କ କଥାକୁ ମୋଦି ମନେ ପକାଇଛନ୍ତି। ଭଗବାନ ଶ୍ରୀକୃଷ୍ଣଙ୍କର ସବୁ ରୂପ ସହ ଆମେ ପରିଚିତ।
ନିଜ ଭକ୍ତଙ୍କୁ ଉଦ୍ଧାର କରିବାକୁ ଶ୍ରୀକୃଷ୍ଣ ନଟଖଟ୍ କାହ୍ନା ଠାରୁ ଆରମ୍ଭ କରି ବିରାଟ ରୂପ ଧାରଣ କରିଥିଲେ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ସେହିପରି ଭାରତୀୟ ସଂସ୍କୃତିକୁ ନେଇ ମଧ୍ୟ ପ୍ରଧାନମନ୍ତ୍ରୀ ମନ କି ବାତ କାର୍ଯ୍ୟକ୍ରମରେ ଆଲୋଚନା କରିଛନ୍ତି । ପାଶ୍ଚାତ୍ୟ ଦେଶର ଲୋକମାନେ ଆମ ସଂସ୍କୃତିକୁ ସମ୍ମାନ ଦେଉଥିବା ବେଳେ ଦିନେ ଆମ ସଂସ୍କୃତି ବିଶ୍ୱ ବିଜୟୀ ହେବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।


