
ଜଟଣୀ,୨୯/୮ (ଜିଲ୍ଲା ଖବର) :
ଆଜି ଗଙ୍ଗପଡ଼ା ଭୂଆସୁଣୀ ମନ୍ଦିର ଠାରେ ଏକ ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି |ବୈଠକରେ ଭୁବନେଶ୍ୱର ସମେତ ଖୋର୍ଦ୍ଧା,ଜଟଣୀ,ବାଳକାଟୀ, ଚନ୍ଦକା,ବାଘମାରୀ,ବେଗୁନିଆ ଇତ୍ୟାଦି ଅଞ୍ଚଳରୁ ୧୦୦ ରୁ ଅଧିକ ଟ୍ରକ ମାଲିକ ମାନେ ଯୋଗ ଦେଇଥିଲେ | ସର୍ଵ ସମ୍ମତି କ୍ରମେ ଖୋର୍ଦ୍ଧା ଜିଲ୍ଲା ବିଜେଡି ସଭାପତି ବିଭୁତି ଭୂଷଣ ବଳବନ୍ତରାୟ ଙ୍କୁ ସଂଘର ସଭାପତି କରିବାକୁ ନିଷ୍ପତି ନିଆଗଲା |କାର୍ଯ୍ୟକାରୀ ସଭାପତି ଶୁଭେନ୍ଦ୍ର ଭୂଷଣ ଦାସ,ଉପସଭାପତି ଭାବେ ଆଲୋକ ନାୟକ, ସମ୍ପାଦକ ଭାବେ ହୃଦାନନ୍ଦ କୋଦମାସିଂହ , ସାଧାରଣ ସମ୍ପାଦକ ଭାବେ ସରୋଜ ବଳିୟାରସିଂହ, ସହ ସମ୍ପାଦକ ଭାବେ , କୋଷାଧକ୍ଷ ଜିତେନ୍ଦ୍ର କୁମାର ସାହୁଙ୍କୁ ମନୋନୀତ କରାଗଲା |ଆଇନ ପରାମର୍ଶ ଦାତା ଅରୁଣ କୁମାର ସାହୁଙ୍କୁ ଦାଇତ୍ୱ ଦିଆଯାଇଛି |
ମଲ୍ଟି ଆକ୍ସଲ ଟ୍ରକ (୧୦ ଚକା,୧୨ ଚକା,୧୪ ଚକା,୧୬ ଚକା )ଗୁଡିକ ବର୍ତ୍ତମାନ ପରିସ୍ଥିତିରେ ବହୁ ସମସ୍ୟା ଭିତରେ ଗତି କରୁଛି |ଡିଜେଲ ଦରରେ ଅହେତୁକ ବୃଦ୍ଧି ପାଇ ଶହେ ଟଙ୍କା ପାର କଲାଣି |କିନ୍ତୁ ଗାଡି ଭଡା ବଢିବା ପରିବର୍ତ୍ତେ କମିବାରେ ଲାଗିଛି |ମାସକୁ ୫୦୦୦ରୁ ୮୦୦୦୦ଟଙ୍କା ପର୍ଯ୍ୟନ୍ତ କିସ୍ତି ଦେବାକୁ ପଡିଥାଏ |ଟ୍ରକ ଗୁଡିକ ଚାଲି ନ ପାରିବାରୁ ଏଭଳି ପରସ୍ଥିତିରେ ଗାଡି ମାଲିକ ମାନେ ଚାରି ମାସ ହେଲାଣି କିସ୍ତି ଦେଇ ପାରୁନାହାନ୍ତି |ରୋଡ଼ ଟାକ୍ସ ଦେବା ପରିସ୍ଥିତିରେ ମଧ୍ୟ ନାହାନ୍ତି ଗାଡି ମାଲିକ |ଏସବୁ ସମସ୍ୟା କୁ ଦୃଷ୍ଟିରେ ରଖି ଭୁବନେଶ୍ୱର ଏବଂ ଖୋର୍ଦ୍ଧା ଜିଲ୍ଲାର ଗାଡି ମାଲିକ ମାନେ ନୂତନ କାର୍ଯ୍ୟକର୍ତ୍ତା ମାନଙ୍କୁ ଚୟନ କରି ଏକ କମିଟି ଗଠନ କରିଛନ୍ତି |ଟ୍ରାନ୍ସପୋର୍ଟ ଏଜେନ୍ସି ମାନଙ୍କ ମନମୁଖି ଗାଡି ଭଡା କମେଇବା ନୀତି କୁ ଆଗାମୀ ଦିନରେ ନୂତନ କମିଟି ଦ୍ୱାରା ମାଲିକ ମାନେ ମିଳିମିଶି ବିରୋଧ କରିବେ ବୋଲି ନିଷ୍ପତି ନିଆଯାଇଛି |
ରୀପୋର୍ଟ :-ଖୋର୍ଦ୍ଧା ଜିଲ୍ଲା ସଞ୍ଜୀବ କୁମାର


