ଭାଲୁ ଆକ୍ରମଣରେ ବୃଦ୍ଧ ଗୁରୁତର

17

ଢେଙ୍କାନାଳ, ୨୯/୦୮/୨୧ (ଜିଲ୍ଲା ଖବର) : ଭାଲୁ ଆକ୍ରମଣରେ ବୃଦ୍ଧ ଗୁରୁତର। ଗୁରୁତର ଜଣକ ହେଲେ ଢେଙ୍କାନାଳ ଜିଲ୍ଲା ପଶ୍ଚିମାଞ୍ଚଳ ରେଞ୍ଜ କିର୍ତ୍ତନପୂର ଗ୍ରାମର ପ୍ରହଲାଦ ପ୍ରଧାନ। ସପ୍ତାହକ ମଧ୍ୟରେ ଏହା ହେଉଛି ଦ୍ଵିତୀୟ ଘଟଣା।

ଆଜି ଭୋର ସମୟରେ ଶୌଚ ପାଇିଁ ଯାଇଥିବା ବେଳେ ୩ଟି ଭାଲୁ ଅତର୍କିତ ଭାବେ ପ୍ରହ୍ଲାଦଙ୍କୁ ଆକ୍ରମଣ କରିଥିଲେ। ଫଳରେ ପ୍ରହ୍ଲାଦଙ୍କର ଗୋଡ ଓ ହାତରେ ଗଭୀର କ୍ଷତ ସୃଷ୍ଟି ହୋଇଥିବା କାରଣରୁ ପ୍ରବଳ ରକ୍ତସ୍ରାବ ହେଉଥିବା ଜଣାପଡିଛି।

ପରିବାର ଲୋକଙ୍କ ସହାୟତାରେ ୧୦୮ ଆମ୍ବୁଲାନସ ଯୋଗେ ପ୍ରଥମେ କାମାକ୍ଷାନଗର ମେଡିକାଲ ଓ ପରେ ଗୁରତର ଅବସ୍ଥାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ଗତ ୨୩ ତାରିଖ ସୋମବାର ଦିନ ମଧ୍ୟ କଇରାଟାଙ୍ଗର ଗ୍ରାମରେ ଜଣଙ୍କୁ ଭାଲୁ ମଧ୍ୟ ଆକ୍ରମଣ କରିଥିଲା। ତେବେ ଦିନକୁ ଭାଲୁ ମାନଙ୍କ ପ୍ରାଦୂର୍ଭାବ ଏହି ଅଞ୍ଚଳରେ ବଢୁଥିବାରୁ ଲୋକମାନେ ଭୟଭିତ ଅବସ୍ଥାରେ ଅଛନ୍ତି।