ଭଡା ଗାଡିରେ ୩ ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କା ନେଇ ଯାଉଥିଲେ ବିଡିଓ, ଧରିଲା ଭିଜିଲାନ୍ସ

12

ସୁବର୍ଣ୍ଣପୁର, ୨୯/୦୮/୨୧ (ଜିଲ୍ଲା ଖବର) : ଭିଜିଲାନ୍ସ ଜାଲରେ ବିଜେପୁର ବିଡିଓ ପଦ୍ମନାଭ ସାମନ୍ତ । ଭଡ଼ା ଗାଡ଼ିରେ ଟଙ୍କା ନେଇ ଭୁବନେଶ୍ୱର ଯାଉଥିବା ବେଳେ ଧରିଛି ଭିଜିଲାନ୍ସ । ଗାଡ଼ିରେ ୩ ଲକ୍ଷରୁ ଉର୍ଦ୍ଧ୍ୱ  ଟଙ୍କା ନେଇ ଯାଉଥିଲେ ବିଡିଓ । ଟଙ୍କା ନେଇ ଯାଉଥିବା ବେଳେ ସେ ବିନିକା ବ୍ରିଜ୍ ନିକଟରେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ।

ସାଙ୍ଗରେ ନେଉଥିବା ଟଙ୍କାର ହିସାବ ସେ ଦେଇ ନପାରିବାରୁ ଅଟକ ରଖିଥିଲା ଭିଜିଲାନ୍ସ । ବର୍ତ୍ତମାନ ତାଙ୍କୁ ସୁବର୍ଣ୍ଣପୁର ଭିଜିଲାନ୍ସ ଅଫିସ୍ ନେଇ ପଚରାଉଚରା କରାଯାଉଛି ।