
ଭୁବନେଶ୍ଵର, ୨୯/୦୮/୨୧ (ଜିଲ୍ଲା ଖବର) : ଭାରତୀୟ ରଗବୀ ଦଳର ପ୍ରଯୋଜକ ହେଲେ ଓଡ଼ିଶା ସରକାର ଓ କିଟ୍ । ୩ବର୍ଷ ପାଇଁ ରଗବୀ ଇଣ୍ଡିଆ ସହିତ ଚୁକ୍ତି ସାକ୍ଷାର କଲେ ଉଭୟ ରାଜ୍ୟ ସରକାର ଓ କିଟ୍।
ଗତ ଅଗଷ୍ଟ ୧୪ ତାରିଖରୁ ଆସନ୍ତା ସେପ୍ଟେମ୍ବର ୧୬ ତାରିଖ ପର୍ଯ୍ୟନ୍ତ କିଟରେ ରଗବୀର ଜାତୀୟ କ୍ୟାମ୍ପ୍ ଆୟୋଜିତ କରାଯାଇଛି। ଏହି କ୍ୟାମ୍ପରେ ଟ୍ରେନିଙ୍ଗ ସହିତ ଆଗକୁ ଆସୁଥିବା ଗେମ୍ ପାଇଁ ଖେଳାଳୀ ମଧ୍ୟ ଚୟନ କରାଯିବ। ପ୍ରଦର୍ଶନ ଦେଖି ୧୩ଟି ରାଜ୍ୟ/ କେନ୍ଦ୍ରଶାସିତ ଅଞ୍ଚଳ ୫୨ ମହିଳା ଖେଳାଳିଙ୍କୁ ଚୟନ କରାଯାଇଛି। ଯେଉଁମାନେ ଅଣ୍ଡର – ୧୮ ଜାତୀୟ କ୍ୟାମ୍ପରେ ଯୋଗଦେବେ।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ ବାର୍ତ୍ତାରେ କହିଛନ୍ତି ଯେ, ଆମେ ରଗବୀ ସହିତ ଯୋଡି ହେଲୁ ଏବଂ ମୁଁ ବହୁତ ଖୁସି ଯେ ଭାରତୀୟ ମହିଳା ଦଳର ଟ୍ରେନିଙ୍ଗ କ୍ୟାମ୍ପ ଓଡ଼ିଶାରେ ଆୟୋଜିତ କରାଯାଇଥିଲା। ମୁଁ ସମସ୍ତ ଖେଳାଳିଙ୍କୁ ଶୁଭେଚ୍ଛା ଜଣାଉଛି।



