
ଭୁବନେଶ୍ୱର,୨୯/୦୮/୨୧ (ଜିଲ୍ଲା ଖବର) : କ୍ଷମା ମାଗିଲେ ବବି। ଭୁଲ ମାନିବା ପରେ ନୋଟିସ ଦେଇ ଅଭିନେତା ବବି ମିଶ୍ରଙ୍କୁ ଛାଡିଲା ନୟାପଲ୍ଲୀ ଥାନା ପୋଲିସ। ଏହା ସହ ନୟାପଲ୍ଲୀ ଥାନା ପୋଲିସ ମାମଲା ରୁଜୁ କରିଛି । 341, 323, 249, 506, 34, 182, ଧାରାରେ ମାମଲା ରୁଜୁ ହୋଇଛି।
ଗତକାଲି ଗାଡ଼ି ପାର୍କିଂକୁ ନେଇ ବବି ମିଶ୍ରଙ୍କ ସହ ପଡୋଶୀ ତପି ମିଶ୍ରଙ୍କର ଝଗଡ଼ା ହୋଇଥିଲା। ଏହାପରେ ବବି, ତପିଙ୍କୁ ବାଡ଼େଇଥିବା ମଧ୍ୟ ଅଭିଯୋଗ ହୋଇଥିଲା। ବବି କେବଳ ତପିଙ୍କୁ ବାଡ଼େଇ ନଥିଲେ ଏପରିକି କିଛି ଗ୍ୟାଙ୍ଗଷ୍ଟରଙ୍କ ନାଁ ନେଇ ତାଙ୍କୁ ଧମକ ମଧ୍ୟ ଦେଇଥିଲେ। ଏପରିକି ତପିଙ୍କୁ ମାରି ତାଙ୍କ ପତ୍ନୀଙ୍କୁ ବାହା ହେବା ନେଇ ବବି କହିଥିବା ତପି ଅଭିଯୋଗ ଆଣିଥିଲେ।
ତପିଙ୍କ ଅଭିଯୋଗ ଆଧାରରେ ପୋଲିସ୍ ଆଜି ବବିଙ୍କୁ ଥାନାକୁ ଡକାଇଥିଲେ। ତପି ମଧ୍ୟ ଥାନାରେ ଉପସ୍ଥିତ ଥିଲେ। ଉଭୟଙ୍କୁ ଆଜି ନୟାପଲ୍ଲୀ ଥାନାକୁ ଡକା ଯାଇ ପୋଲିସ ପଚରାଉଚରା କରିଛି। ପଚରାଉଚରା ପରେ ପୋଲିସ୍ ବବି ମିଶ୍ରଙ୍କ ନାଁ ରେ ମାମଲା ରୁଜୁ କରିବା ସହ ନୋଟିସ ଦେଇ ବବିଙ୍କୁ ଛାଡିଛି ନାୟପଲ୍ଲୀ ଥାନା ପୋଲିସ।


