Sunday, November 15, 2026
Home ଆଞ୍ଚଳିକ ରାଜ୍ୟରେ ଆଜି ମୋଟ ୯୫୬ ଜଣ କରୋନା ଆକ୍ରାନ୍ତ ସୁସ୍ଥ

ରାଜ୍ୟରେ ଆଜି ମୋଟ ୯୫୬ ଜଣ କରୋନା ଆକ୍ରାନ୍ତ ସୁସ୍ଥ

6

ଭୁବନେଶ୍ଵର, ୨୯/୦୮/୨୧ (ଜିଲ୍ଲା ଖବର) : ରାଜ୍ୟରେ ଆଜି ମୋଟ ୯୫୬ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ମୋଟ ୯ ଲକ୍ଷ ୯୦ ହଜାର ୭୯୬ ଜଣ ସୁସ୍ଥ ହୋଇଛନ୍ତି। ଏ  ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର  କଲ୍ୟାଣ ବିଭାଗ ଟ୍ୱିଟ୍‌ କରିଛନ୍ତି। 

ଖୋର୍ଦ୍ଧାରୁ ସର୍ବାଧିକ ୩୭୫ ଜଣ ସୁସ୍ଥ ହୋଇଥିବା ବେଳେ କଟକରୁ ୧୧୨, ଯାଜପୁରରୁ ୫୬, ପୁରୀରୁ ୩୧, ଜଗତସିଂହପୁରରୁ ୨୯, ମୟୂରଭଞ୍ଜରୁ ୨୭, ବାଲେଶ୍ବରରୁ ୨୭, ଢେଙ୍କାନାଳରୁ ୨୫, କେନ୍ଦ୍ରାପଡାରୁ ୨୪, କେନ୍ଦୁଝରରୁ ୧୯, ବଲାଙ୍ଗୀରିରୁ ୧୭, ନୟାଗଡରୁ ୧୭, ସମ୍ବଲପୁରରୁ ୧୩, ସୁନ୍ଦରଗଡରୁ ୧୩, ଭଦ୍ରକରୁ ୧୨, ଗଞ୍ଜାମରୁ ୧୧, ଦେବଗଡରୁ ୧୦, ଅନୁଗୁଳରୁ ୯, ରାୟଗଡାରୁ ୯, ବରଗଡରୁ ୭, କନ୍ଧମାଳରୁ ୬, ଗଜପତିରୁ ୫, ମାଲକାନଗିରିରୁ ୫, କଳାହାଣ୍ଡିରୁ ୪, ଝାରସୁଗୁଡାରୁ ୨, କୋରାପୁଟରୁ ୨, ସୋନପୁରରୁ ୧ ଏବଂ ଷ୍ଟେଟ ପୁଲରୁ ୮୮ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ହୋଇଛନ୍ତି।