
୨୯/୦୮/୨୧ (ଜିଲ୍ଲା ଖବର) : ଆଜି ଜାତୀୟ କ୍ରୀଡ଼ା ଦିବସ । ହକି ଲିଜେଣ୍ଡ ମେଜର ଧ୍ୟାନଚାନ୍ଦଙ୍କ ଜୟନ୍ତୀ ଅବସରରେ ପ୍ରତିବର୍ଷ ଅଗଷ୍ଟ ମାସ ୨୯ ତାରିଖକୁ ଜାତୀୟ କ୍ରୀଡ଼ା ଦିବସ ଭାବେ ପାଳନ କରାଯାଉଛି। ଖେଳର ଗୁରୁତ୍ୱ ସମ୍ପର୍କରେ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଏହି ଦିବସ ପାଳନ କରାଯାଇଥାଏ।
୨୦୧୯ ମସିହା ଜାତୀୟ କ୍ରୀଡା ଦିବସ ଅବସରରେ କେନ୍ଦ୍ର ସରକାର ଯୁବ ବର୍ଗଙ୍କୁ ଆକୃଷ୍ଟ କରିବାକୁ ଫିଟ ଇଣ୍ଡିଆ ମୁଭମେଣ୍ଟ ଆରମ୍ଭ କରିଥିଲେ, ଯାହାକୁ ଆଜି ଦୁଇବର୍ଷ ପୂରଣ ହେଉଛି।
ଏହି ଅବସରରେ କେନ୍ଦ୍ର କ୍ରୀଡାମନ୍ତ୍ରୀ ଅନୁରାଗ ଠାକୁର ଏବଂ କ୍ରୀଡା ରାଷ୍ଟ୍ରମନ୍ତ୍ରୀ ନିତୀଶ ପରମାଣିକ ଦିନ ୧୨ଟା ସମୟରେ ଦୁଇ ବର୍ଷ ପୂର୍ତ୍ତିର ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଯୋଗଦେବେ। ଏହି କାର୍ଯ୍ୟକ୍ରମରେ ‘ଫିଟ ଇଣ୍ଡିଆ ଲାଇଭ’ ଆପର ଉନ୍ମୋଚନ କରାଯିବ ବୋଲି ସୂଚନା ରହିଛି।



