
୨୯/୦୮/୨୧ (ଜିଲ୍ଲା ଖବର) : ଟୋକିଓ ପାରାଲିମ୍ପିକ୍ସରେ ଭାରତକୁ ମିଳିବ ପ୍ରଥମ ମେଡାଲ। ଦେଶ ପାଇଁ ପଦକ ଆଣିବେ ପାରା ଅଲମ୍ପିକ୍ସରେ ଦେଶକୁ ପ୍ରତିନିଧିତ୍ବ କରୁଥିବା ଟେବୁଲ ଟେନିସ ଖେଳାଳି ଭାବିନାବେନ ପଟେଲ। ଚୀନର ଝାଙ୍ଗ ମିଆଓଙ୍କୁ ପରାସ୍ତ କରିବା ପରେ ଭାବିନାବେନ ଆଜି ଫାଇନାଲ ମୁକାବିଲାକୁ ଓହ୍ଲାଇବେ।
ଆଜିର ମୁକାବିଲାରେ ଭାବିନା ବିଶ୍ବର ନଂ ଓ୍ବାନ ଚୀନ ପ୍ୟାଡଲର ୟିନ୍ ଝୌଙ୍ଗ ଭେଟିବାର କାର୍ଯ୍ୟକ୍ରମ ରହିଛି। ଭାରତୀୟ ସମୟ ସକାଳ 7ଟା 15 ସମୟରେ ମୁକାବିଲା ଆରମ୍ଭ ହେବାକୁ ଯାଉଥିବା ବେଳେ ଭାବିନାବେନ ପଟେଲଙ୍କ ପ୍ରଦର୍ଶନ ଉପରେ କ୍ରୀଡାବିତଙ୍କ ନଜର ରହିଛି। ଭାବିନାବେନ ଚୀନ ପ୍ରତିଦ୍ବନ୍ଦୀଙ୍କୁ ହରାଇ ଦେଶ ପାଇଁ ସ୍ବର୍ଣ୍ଣ ପଦକ ଆଣିବେ ବୋଲି ସମସ୍ତଙ୍କର ଆଶା ରହିଛି।
ଅନ୍ୟପଟେ ଫାଇନାଲ ମ୍ୟାଚ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଭାବିନାବେନଙ୍କୁ ଟ୍ବିଟ କରି ଶୁଭେଛା ଜଣାଇଛନ୍ତି। ସାରା ଦେଶ ବାସୀ ଭାବିନାଙ୍କ ସଫଳତା ପାଇଁ ପ୍ରାର୍ଥନା କରୁଥଇବା ପ୍ରଧାନମନ୍ତ୍ରୀ ନିଜ ଟ୍ବିଟରେ ଉଲ୍ଲେଖ କରିଛନ୍ତି।



