
ଖୋର୍ଦ୍ଧା, ୨୯/୦୮/୨୧ (ଜିଲ୍ଲା ଖବର) : ଖୋର୍ଦ୍ଧା ବେଗୁନିଆରେ ବାପ-ପୁଅଙ୍କୁ ମାନବବାଦ ସଙ୍ଗଠନର ମାଡ ମରା ଘଟଣାରେ ତଦନ୍ତ ଆରମ୍ଭ ହୋଇଛି। ଖୋର୍ଦ୍ଧା ଏସପି ରାଜକିଶୋର ଦୋରା ଏବଂ ଏସଡିପିଓ ଶନିବାର କଡବ ଗାଁକୁ ଯାଇ ପଚରା ଉଚୁରା ଆରମ୍ଭ କରିଛନ୍ତି। ମାଡ ଖାଇଥିବା ମାଗୁଣୀ ନାୟକଙ୍କୁ ମଧ୍ୟ ବେଗୁନିଆ ଥାନାକୁ ଅଣାଯାଇ ଘଟଣା ସମ୍ପର୍କରେ ପୋଲିସ ପଚରା ଉଚୁରା କରିଛି।
ପରେ ଘଟଣାରେ ମାଗୁଣୀଙ୍କ ପକ୍ଷରୁ 10ଜଣଙ୍କ ନାଁରେ ଏତଲା ଦାୟର କରାଯାଇଛି। ତେବେ ଏହି ଘଟଣାରେ ମୁଖ୍ୟ କାର୍ପଟଦାର କୁହାଯାଉଥିବା ସଂଗଠନର ମୁଖ୍ୟ ମାନସ ଦାସଙ୍କୁ ପୋଲିସ ସୁରକ୍ଷା ଦେଉଥିବାର ଅଭିଯୋଗ ଆସିଛି।
ଶାସକ ଦଳର ଛତ୍ରଛାୟାରେ ରହିଥିବା କାରଣରୁ ପୋଲିସ ତାଙ୍କ ବିରୋଧରେ ଆକ୍ସନ ନେବାକୁ ଡରୁଥିବା ସାଧାରଣରେ ଆଲୋଚନା ହେଉଛି। ଏନେଇ ଏସପିଙ୍କୁ ପ୍ରଶ୍ନ ପଚାରିଲେ ସେ ପ୍ରସଙ୍ଗକୁ ଏଡାଇ ଯାଉଥିବା ଦେଖଇବାକୁ ମିଳିଛି। ଯାହା ଶାସକ ଦଳର ଚାପ ଆଗରେ ପୋଲିସର ଅସହାୟତାକୁ ପଦାରେ ପକାଇଛି।



