
ଆଫଗାନିସ୍ତାନ, ୨୯/୦୮/୨୧ (ଜିଲ୍ଲା ଖବର) : କାବୁଲ ଏୟାରପୋର୍ଟରେ ହୋଇପାରେ ପୁଣି ଏକ ଆତଙ୍କୀ ହମଲା। ୨୪ରୁ ୩୬ ଘଣ୍ଟା ଭିତରେ ଆକ୍ରମଣ ଆଶଙ୍କା ନେଇ ରାଷ୍ଟ୍ରପତି ଜୋ ବାଇଡେନ ଚେତାବନୀ ଦେଇଛନ୍ତି।
ଆମେରିକା ସୈନ୍ୟ କମାଣ୍ଡର ବାଇଡେନଙ୍କୁ ସୂଚନା ଦେବାପରେ ବାଇଡେନ୍ ଏହି ଚେତାବନୀ ଦେଇଛନ୍ତି । ଅନ୍ୟପଟେ ଆଫଗାନିସ୍ତାନରୁ ଲୋକଙ୍କୁ ସ୍ଥାନାନ୍ତର ପ୍ରକ୍ରିୟା ଜାରି ରହିବ ବୋଲି କହିଛନ୍ତି ବାଇଡେନ୍ ।



