Sunday, November 15, 2026
Home ଆଞ୍ଚଳିକ ୮ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

୮ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

9

ଭୁବନେଶ୍ଵର , ୨୯/୦୮/୨୧ (ଜିଲ୍ଲା ଖବର) : ଓଡିଶା-ଆନ୍ଧ୍ର ଉପକୂଳରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଫଳରେ ଶନିବାର ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହୋଇଛି।

ଆଜି ମଧ୍ୟ ରାଜ୍ୟର ୮ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ନେଇ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି। ଏନେଇ ଏହି ସବୁ ଜିଲ୍ଳାମାନଙ୍କୁ ୟେଲୋ ଓ୍ବାର୍ଣ୍ଣିଂ ଜାରି କରାଯାଇଛି।

 ୟେଲୋ ଓ୍ବାର୍ଣ୍ଣିଂ ଜାରି ହୋଇଥିବା ଏହି ଜିଲ୍ଲା ଗୁଡିକ କୋରାପୁଟ, ମାଲକାନଗିରି, ନବରଙ୍ଗପୁର, ନୁଆପଡା, କଳାହାଣ୍ଡି, କନ୍ଧମାଳ, ଗଜପତି ଏବଂ ରାୟଗଡା। ସେହିପରି ରାଜ୍ୟରେ ମୌସୁମି ସକ୍ରିୟ ରହିଥିବା ବେଳେ କିଛି କିଛି ସ୍ଥାନରେ ମୌସୁମୀ ଜନିତ ବର୍ଷା ହେବା ନେଇ ଆଶଙ୍କା ଅଛି।