Sunday, November 15, 2026
Home ଆଞ୍ଚଳିକ ରାଜଧାନୀରେ ୨୦୦୦ ପାର ହେଲା ଡେଙ୍ଗୁ ସଂକ୍ରମିତଙ୍କ ସଂଖ୍ୟା

ରାଜଧାନୀରେ ୨୦୦୦ ପାର ହେଲା ଡେଙ୍ଗୁ ସଂକ୍ରମିତଙ୍କ ସଂଖ୍ୟା

18

ଭୁବନେଶ୍ଵର,୨୯/୦୮/୨୧ (ଜିଲ୍ଲା ଖବର) : ରାଜଧାନୀରେ ୨୦୦୦ ପାର କରିଛି ଡେଙ୍ଗୁ ସଂକ୍ରମିତଙ୍କ ସଂଖ୍ୟା। ଶନିବାର ଆଉ ୭୩ ନୁଆ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଥିବା ବେଳେ ଏବେ ମୋଟ ସଂକ୍ରମିତଙ୍କ ସଂଖ୍ୟା 2032ରେ ପହଁଚିଛି ।

ଅନ୍ୟପଟେ ୧୭୦୯ ଜଣ ଡେଙ୍ଗୁରୁ ସୁସ୍ଥ ହୋଇ ସାରିଥିବା ବେଳେ 323 ସକ୍ରିୟ ଆକ୍ରାନ୍ତ ଥିବା ସୂଚନା ମିଳିଛି। ଗତ୨୪ ଘଣ୍ଟାରେ ବିଏମସି ପକ୍ଷରୁ ସଫେଇ ଏବଂ ସଚେତନତା କାର୍ଯ୍ୟକ୍ରମକୁ ମଧ୍ୟ ବ୍ୟାପକ କରାଯାଇଛି। ବର୍ତ୍ତମାନ ସୁଦ୍ଧା ୩୧ ହଜାର ୯୧୦ଟି ଘରର ମୋଟ ୧ ଲକ୍ଷ ୩୧ ହଜାର ୪୭୧ଜଣ ଲୋକଙ୍କ ଠାରୁ ତଥ୍ୟ ସଂଗ୍ରହ କରାଯାଇଛି।

ସେହିପରି ୮୧ ହଜାର ୪୨୫ଟି ମଶା ବୃଦ୍ଧି ସ୍ଥାନକୁ ଚିହ୍ନଟ କରାଯାଇ ୮୩ ହଜାର ୯୪୫ଟି ସ୍ଥାନରୁ ଲାର୍ଭାକୁ ନଷ୍ଟ କରାଯାଇଛି। ତେବେ ରାଜଧାନୀରେ ଦିନକୁ ଦିନ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ବଢି ବଢି ଚାଲିଥିବା ବେଳେ ଏହା ଚିନ୍ତାର କାରଣ ପାଲଟିଛି।