Wednesday, July 22, 2026
Home ଆଞ୍ଚଳିକ କଳିଙ୍ଗ ଷ୍ଟାଡିୟମରେ ପାଳିତ ହେଲା ଜାତୀୟ କ୍ରୀଡା ଦିବସ

କଳିଙ୍ଗ ଷ୍ଟାଡିୟମରେ ପାଳିତ ହେଲା ଜାତୀୟ କ୍ରୀଡା ଦିବସ

13

ଭୁବନେଶ୍ଵର, ୨୯/୦୮/୨୧ (ଜିଲ୍ଲା ଖବର) : କଳିଙ୍ଗ ଷ୍ଟାଡିୟମରେ ପାଳିତ ହୋଇଛି ଜାତୀୟ କ୍ରୀଡା ଦିବସ । ଏହି ଅବସରରେ ଲଞ୍ଚ ହୋଇଛି ହକି ଆନଥେମର ଟିଜର। ଆଗାମୀ ଦିନରେ ଏହାର ୩ ମିନିଟର ମ୍ୟୁଜିକ ଭିଡିଓ ଲଞ୍ଚ ହେବ।

 ଭିଡିଓରେ ହକି ଖେଳ ଓ ଖେଳାଳିଙ୍କ ପ୍ରତି ରାଜ୍ୟର ଅବଦାନକୁ ଦେଖାଯାଇଛି । ଆନ୍ଥେମ୍ ଡମି ଭିଡିଓକୁ ଲୋକାର୍ପିତ କରିଛନ୍ତି ପୂର୍ବତନ କ୍ୟାପଟେନ୍ ଦିଲୀପ ତିର୍କୀ।

ମ୍ୟୁଜିକ୍ ଭିଡିଓକୁ ସଂଗୀତ ନିର୍ଦେଶନା ଦେଇଛନ୍ତି ସଂଗୀତ ନିର୍ଦେଶକ ପ୍ରେମାନନ୍ଦ।  କୈଳାସ ଖେର୍ ଏବଂ ସୁଖବିନ୍ଦର ସିଂ ଏହି ଆନ୍ଥେମ୍ ଗାଇବା ନେଇ ସୂଚନା ଦିଆଯାଇଛି । ୩ ମିନିଟର ଏହି ଭିଡିଓରେ କଳିଙ୍ଗ ଷ୍ଟାଡିୟମ ସମେତ, ଖେଳ, ଖେଳାଳୀ ଏବଂ ହକି ପାଇଁ ରାଜ୍ୟ ଅବଦାନକୁ ଦର୍ଶାଯିବ ।