
ଖୋର୍ଦ୍ଧା,୨୯/୦୮/୨୧ (ଜିଲ୍ଲା ଖବର) : ନାଇଟ କର୍ଫ୍ୟୁରେ ବି ଚାଲିଛି ଚୋରି, ଲୁଟ୍ । ଖୋର୍ଦ୍ଧା ଜିଲ୍ଲା ବାଘମାରି ଥାନା କାଠଖୁଣ୍ଟିଆ ଗାଁର ଶିକ୍ଷକ କୈଳାସ ମାଣ୍ଡୋଇଙ୍କ ଘରେ କଳାକନା ବୁଲାଇଲେ ଚୋର । ଗତକାଲି ରାତିରେ ତାଙ୍କ ଘରେ ପଶି ଚୋରି କରିଛନ୍ତି ଦୁର୍ବୃତ୍ତ । ଗତକାଲି ରାତି ପ୍ରାୟ ୨ଟା ସମୟରେ ଗେଟ୍ ତାଲା କାଟି ଘରେ ପଶି ଲୁଟିଛନ୍ତି ଦେଢ଼ ଲକ୍ଷ ଟଙ୍କାର ସୁନା ଅଳଙ୍କାର ସହ ନଗଦ ୫୦ ହଜାର ଟଙ୍କା ।
ସେହିପରି ଶିକ୍ଷକଙ୍କ ପତ୍ନୀ ଏବଂ ପୁଅ ଲୁଟ ସମୟରେ ଉଠିପଡିବାରୁ ତାଙ୍କୁ ନିର୍ଘାତ ମାଡ଼ ମାରିଛନ୍ତି ଲୁଟେରାମାନେ । ଏନେଇ ଶିକ୍ଷକ ବାଘମାରି ଥାନାରେ ଅଭିଯୋଗ କରିଛନ୍ତି । ଅଭିଯୋଗ ପାଇ ପୋଲିସ ଘଟଣାସ୍ଥଳରେ ପହଂଚି ତଦନ୍ତ କରିୁଛି । ପୋଲିସ ପାଟ୍ରୋଲିଂ ନ କରିବାରୁ ଏପରି ଘଟୁଥିବା ଅଭିଯୋଗ ହୋଇଛି ।



