
୨୯/୦୮/୨୧ (ଜିଲ୍ଲା ଖବର) : ଡ୍ରଗ୍ସ କାରବାର ମାମଲାରେ ଗିରଫ ହେଲେ ଅଭିନେତା ଅରମାନ କୋହଲି । ଅନେକ ଫିଲ୍ମରେ ଅଭିନୟ କରିଥିବା ଅଭିନେତା ବନ୍ଧା ହୋଇଛନ୍ତି। ଦୀର୍ଘସମୟ ପଚରା ଉଚରା ପରେ ଗିରଫ କରିଛି NCB । ଅରମାନଙ୍କ ଘରୁ ଡ୍ରଗ୍ସ ଜବତ ହୋଇଥିଲା । ଶନିବାର ସନ୍ଧ୍ୟାରେ NCB ଅରମାନଙ୍କ ଘରେ ରେଡ୍ କରିଥିଲେ ।
NCB କହିବା ମୁତାବକ ଡ୍ରଗ୍ସ ମାପିଆଙ୍କୁ ଖୋଜି ଖୋଜି NCB ଅରମାନଙ୍କ ନିକଟରେ ପହଞ୍ଚିଥିଲା । କେବଳ ଏତିକି ନୁହେଁ, ବଲିଉଡର ଆଉ କିଛି ଜଣ ଏଥିରେ ଜଡିତ ଥିବା ଜଣାପଡ଼ିଛି । ଆଗକୁ ଏହାର ଯାଞ୍ଚ କରାଯିବ ।


