
ଖୋର୍ଦ୍ଧା,୨୮/୮ (ଜିଲ୍ଲା ଖବର) : ଗତ କାଲି ଦୁଇ ଆଦିବାସୀ ବାପ ପୁଅଙ୍କୁ ମାଡମରା ଭିଡିଓ ଭାଇରାଲ ପରେ ଖବରକୁ ନେଇ ତୁମ୍ବିତୋଫାନ ପରେ ବେଗୁନିଆ ପୋଲିସ ନେଇଛି ପଦକ୍ଷେପ । ଆଉ ମାଡ ଖାଇ ଚୁପ ବସିଥିବ। ମାଗୁଣୀ ନାୟକ ଏବଂ ପୁଅ ଆନନ୍ଦ ନାୟକଙ୍କୁ ସୁରକ୍ଷା ପ୍ରତିଶୃତି ପରେ ଗତକାଲି ରାତିରେ ମାଗୁଣୀ ନାୟକ ବେଗୁନିଆ ଥାନାରେ ନଅ ଜଣଙ୍କ ନାମରେ ଅଭିଯୋଗ କରିଛନ୍ତି । ଆଉ ଏବେ ମାଗୁଣୀ ନାୟକଙ୍କ ପୁରା ପରିବାର ଭୟରେ ଥବାବେଳେ ସଂଗଠନର ମୁଖ୍ୟ ମାନସ ଦାସଙ୍କ ଉପରେ ଆରୋପ ମଧ୍ୟ ଲଗାଇଛନ୍ତି | ତେବେ ୨୦୧୧ ମସିହା ଠାରୁ ବେଗୁନିଆ ଥାନା କଡବ ଗାଁର ମାଗୁଣି ନାୟକ ଏହି ସଂଗଠନ ରେ ସାମିଲ ହୋଇଥିବା ବେଳେ ସଂଗଠନର ମୁଖ୍ୟ ମାନସ ଦାସଙ୍କ ନେତୃତ୍ବରେ ବିଭିନ୍ନ ସଭା ସମିତି ଯୋଗ ଦେଇ ସ୍ଥାନୀୟ ଅଞ୍ଚଳର ଲୋକମାନଙ୍କୁ ମଧ୍ୟ ଏହି ସଂଗଠନ ରେ ମିଶିବାକୁ ବାଧ୍ୟ କରୁଥିଲେ । ଗତ ଅଗଷ୍ଟ ଦୁଇ ତାରିଖରେ ମୃତ୍ୟୁବରଣ କରିଥିବା ଅଭିମାନପୁର ଗାଁର ସତ୍ୟବ୍ରତ ନାୟକଙ୍କ ମଧ୍ୟ ସଂଗଠନରେ ମିଶାଇଥିଲେ ମାଗୁଣି ନାୟକ । ତେବେ କଣ ପାଇଁ ସଂଗଠନର ବିରୋଧ ହେଲେ ସତ୍ୟବ୍ରତ ବଳି ପଡିଲେ ଏବଂ ତାପରେ ନିଜେ ମାଗୁଣୀ ସଂଗଠନର ସଦସ୍ୟମାନଙ୍କ ଦ୍ବାରା ଅତ୍ୟାଚାରିତ ହେଲେ ତାହାର ଉତ୍ତର ମାଗୁଣି କହିପାରୁ ନ ଥିବା ବେଳେ ଖାଲି ଏତିକି କହିଛନ୍ତି ସଂଗଠନ ପାଇଁ କାମ ବନ୍ଦ କରିଦେବା ହେତୁ ଏପରି ମାଡ ହୋଇଥିବା କହିଛନ୍ତି । ଅନ୍ୟପଟରେ ସତ୍ୟବ୍ରତ ନାୟକଙ୍କ ମୃତ୍ୟୁ ମାମଲାରେ ପୋଲିସ ଛଅ ଜଣଙ୍କୁ ଗିରଫ କରିଥିବା ବେଳେ ଆଉ ଦୁଇ ଜଣ ଏଯାଏଁ ଫେରାର ଅଛନ୍ତି । ସେହିପରି ଗତ ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ମାନସ ଦାସଙ୍କ ନେତୃତ୍ୱରେ ମଗୁଣୀଙ୍କ ଭଳି ବହୁ ଲୋକ ବିଜେଡିରେ ସାମିଲ ହୋଇଥିବା କହିଛନ୍ତି । ସେପଟେ ଆଜି ଘଟଣାସ୍ଥଳରେ ଖୋର୍ଦ୍ଧା ଏସପି ,ଏସ୍ଡିପିଓ ,ବେଗୁନିଆ ଥାନା ଅଧିକାରୀ ପହଂଚି ମଗୁଣୀଙ୍କୁ ଥାନାକୁ ଆଣି ପଚରାଉଚରା କରୁଛନ୍ତି । ସେପଟେ ଗ୍ରମବାସୀ ମଗୁଣୀଙ୍କ ପରିବାରକୁ ନ୍ୟାୟ ପାଇଁ ଦାବି କରିଛନ୍ତି । ଘଟଣାର ମାଷ୍ଟର ମାଇଣ୍ଡ ଥିବା ମାନସ ଦାସ ରହିଥିବା ଅଭିଯୋଗ ହେବାପରେ ମାନସ ଦାସଙ୍କ ସହ ଯୋଗାଯୋଗ ହୋଇପାରି ନାହିଁ ।
ରୀପୋର୍ଟ :-ଖୋର୍ଦ୍ଧା ଜିଲ୍ଲା ସଞ୍ଜୀବ କୁମାର


