
ଭୁବନେଶ୍ୱର,୨୮/୦୮/୨୧ (ଜିଲ୍ଲା ଖବର) : ପ୍ରଥମ ଏବଂ ଦ୍ଵିତୀୟ ଲହରରେ ଶିଶୁମାନେ ସଂକ୍ରମିତ ହେଉଥିଲେ । ଏବେ ବି ହେଉଛନ୍ତି । ବର୍ତମାନ ସଂକ୍ରମିତ ହେଉଛନ୍ତି ଏହାସହ ମୃତ୍ୟୁ ହେଉଛି । ୯୦ ପ୍ରତିଶତ ହୋମ୍ ଆଇସୋଲେସନରେ ସୁସ୍ଥ ବି ହେଉଛନ୍ତି । ବିଶେଷଜ୍ଞ କହିଛନ୍ତି, ତୃତୀୟ ଲହରରେ ଶିଶୁମାନେ ଅଧିକ ସଂକ୍ରମିତ ହେବେ ।
ସେଥିପାଇଁ ଆମେ ସମସ୍ତ ପ୍ରକାର ବ୍ୟବସ୍ଥା କରିଛୁ ବୋଲି କହିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର । ଶିଶୁମାନଙ୍କ ପାଇଁ ସ୍ୱତନ୍ତ୍ର ବେଡ୍, ସେଣ୍ଟର ଅଫ୍ ଏକ୍ସିଲେନ୍ସ ତିଆରି ଚାଲିଛି । ଆମେ ଆତଙ୍କିତ ନ ହେବା ଏବଂ ଆଗକୁ କିଭଳି ଶିଶୁ ସଂକ୍ରମିତ ନ ହୁଅନ୍ତୁ, ସେଥିପାଇଁ ସର୍ଭିଲାନ୍ସ ସହ ଚିକିତ୍ସା ବ୍ୟବସ୍ଥା କରିବା । କେରଳରେ ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି । ଜାତୀୟ ସ୍ତରରେ ଯେତିକି ବଢୁଛି ସେଥିରେ ଅଧିକ ରହୁଛି କେରଳରେ । କେରଳରେ ତୃତୀୟ ଲହର ଆସିଥିବା କହିପାରିବା । ଓନମ ଯୋଗୁଁ କେରଳରେ ସଂକ୍ରମଣ ବୃଦ୍ଧି ହୋଇଥିବା କହିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ।


