
୨୮/୦୮/୨୧ (ଜିଲ୍ଲା ଖବର) : ବେଗୁନିଆ ରକ୍ତମୁଖା ମାନବବାଦ ସଂଗଠନ ମୁଖ୍ୟଙ୍କ ବିଜେଡି ଲିଙ୍କ୍ । ରାଷ୍ଟ୍ରୀୟ ସାମାଜିକ ନ୍ୟାୟ ମଂଚର ମୁଖ୍ୟ ମାନସ ଦାସ ବିଜେଡିର । 2019ରେ ସେ ବିଜେଡିରେ ସାମିଲ ହୋଇଥିଲେ । ନିର୍ବାଚନରେ ପ୍ରଚାର କରିଥିଲେ । ଲୋକଙ୍କୁ ବିଜେଡିରେ ସାମିଲ ବି କରାଇଥିଲେ ।
ବିଜେଡିର ଛତ୍ରଛାୟାରେ ରହି ବେଗୁନିଆରେ ତାଲିବାନି ଶାସନ ଚଳାଇଛନ୍ତି ମାନସ ଦାସ । ତାଙ୍କର ଭିଜୁଆଲ ଲାଗିଛି ଅର୍ଗସ ହାତରେ । ରାଜକୀୟ ଠାଣିରେ ଆସୁଛନ୍ତି ମାନସ ଦାସ । ବିପୁଳ ସ୍ୱାଗତ ସମ୍ବର୍ଦ୍ଧନା । ତାଙ୍କ ଚାରିପାଖରେ ବଡିଗାର୍ଡ ।
ଏ ଭିଜୁଆଲ କହୁଛି କେତେ ପାୱାରଫୁଲ ମାନବବାଦ । କ୍ଷମତା ବଳରେ ପୋଲିସକୁ ହାତ କରି ଲୋକଙ୍କୁ ଡରାଇ ଧମକାଇ କରୁଛନ୍ତି ଗୁଣ୍ଡାଗର୍ଦ୍ଦି । ସଂଗଠନ ନାଁ ରେ ରହିଛି ହତ୍ୟା ଭଳି ସଂଗୀନ ଅଭିଯୋଗ । ତେବେ ରକ୍ତମୁଖା ସଂଗଠନର ସଦସ୍ୟ ମାନସ ଦାସଙ୍କ ବିରୋଧରେ କାହିଁକି ହେଉନାହିଁ ଆକସନ୍ ,କାହିଁକି ଚୁପ୍ ବସିଛି ପୋଲିସ ଏନେଇ ବଡ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।


