
୨୮/୦୮/୨୧ (ଜିଲ୍ଲା ଖବର) : ଆଫଗାନିସ୍ଥାନର କାବୁଲ ବିମାନ ବନ୍ଦର ବାହାରେ ସିରିଜ ବିସ୍ଫୋରଣ ଘଟଣାରେ ମୃତ୍ୟୁ ସଂଖ୍ୟା 170କୁ ବୃଦ୍ଧି ପାଇଛି । ଏବେ ସୁଦ୍ଧା ଅନେକ ଆହତ ଚିକିତ୍ସାଧିନ ରହିଥିବା ବେଳେ ଆଗକୁ ମୃତ୍ୟୁ ସଂଖ୍ୟା ବଢିବ ବୋଲି ଆଶଙ୍କା ପ୍ରକାଶ ପାଇଛି । ଏହି ବିସ୍ଫୋରଣରେ ଆମରିକାର 13 ଜଣ ସୈନିକ ନିହତ ହୋଇଥିବା ବେଳେ 18 ଜଣ ଆହତ ହୋଇଛନ୍ତି ।
ଆମେରିକାର ଜୋ ବାଇଡେନ ପ୍ରଶାସନ ଏବେ ଏହି ଘଟଣାରେ ପ୍ରତିଶୋଧ ନେବାକୁ ପ୍ରସ୍ତୁତ ହେଉଛି । ଘଟଣାରେ ସଂପୃକ୍ତ ଥିବା ନେଇ ଆଇଏସଏସ-କେ ଉପରେ କାର୍ଯ୍ୟାନୁଷ୍ଠାନ ନେବାକୁ ରାଷ୍ଟ୍ରପତି ଜୋ ବାଇଡେନ ପ୍ରତିରକ୍ଷା ବିଭାଗ ପେଣ୍ଟାଗନକୁ ନିର୍ଦ୍ଦେଶ ଦେଇଥିବା ଜଣାପଡିଛି ।
ଅନ୍ୟପଟେ ଏହି ଘଟଣାରେ ଆଇଆଇଏସ-କେ ସହିତ ତାଲିବାନର ମଧ୍ୟ ସଂପୃକ୍ତି ଥିବା ଆଫଗାନର ପୂର୍ବତନ ଉପରାଷ୍ଟ୍ରପତି ଅମରୁଲ୍ଲା ସାଲହେ ଅଭିଯୋଗ ଆଣିଛନ୍ତି । ତାଲିବାନ ପକ୍ଷରୁ ଘଟଣାରେ ସଂପୃକ୍ତି ନଥଇବା କୁହାଯାଉଥିବା ବେଳେ ସେ ଏହାକୁ ହାସ୍ୟାସ୍ପଦ, ଅବିଶ୍ବସନୀୟ ବୋଲି କହିଛନ୍ତି । ଆଇଏସଆଇଏସ-କେ ଏବଂ ତାଲିବାନ ନିଜ ନିଜ ଭିତରେ ଅଙ୍ଗାଅଙ୍ଗୀ ଭାବେ ଜହିତ ବୋଲି ସେ କହିଛନ୍ତି ।



