Monday, November 16, 2026
Home ଆଞ୍ଚଳିକ ଭିସି ଜରିଆରେ ଜାଲିଆାନାୱାଲାବାଗ ମେମୋରିଆଲର ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ

ଭିସି ଜରିଆରେ ଜାଲିଆାନାୱାଲାବାଗ ମେମୋରିଆଲର ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ

23

୨୮/୦୮/୨୧ (ଜିଲ୍ଲା ଖବର) :  ନୂଆ ରୂପରେ ଜାଲିଆନାୱାଲାବାଗ ମେମୋରିଆଲ । ଆଜି ଏହାକୁ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଭିଡିଓ କନଫରେନସିଂ ଜରିଆରେ ପ୍ରଧାନମନ୍ତ୍ରୀଙ୍କ ଉଦଘାଟନର କାର୍ଯ୍ୟକ୍ରମ ରହିଛି । ୧୦2 ବର୍ଷ ପୂର୍ବେ ଏପ୍ରିଲ ୧୩, ୧୯୧୯ରେ  ଅମୃତସର ସ୍ୱର୍ଣ୍ଣ ମନ୍ଦିର ନିକଟବର୍ତ୍ତୀ ଜାଲିଆନାୱାଲାବାଗରେ ୧୫-୨୦ ହଜାର ଭାରତୀୟ ଏକତ୍ରିତ ହୋଇଥିଲେ ।

ସମସ୍ତେ ସେଠାରେ ଏକ ଶାନ୍ତି ସଭାର ଆୟୋଜନ କରିଥିଲେ । ଏହି ସଭା ସ୍ୱାଧୀନତା ସଂଗ୍ରାମ ପାଇଁ ଲଢୁଥିବା ନେତାଙ୍କ ଗିରଫଦାରୀ ଏବଂ ରୱାଲ୍ଟ ଆକ୍ଟକୁ ବିରୋଧ କରାଯାଉଥିଲା । ସେହି ସମୟରେ ଇଂରେଜ ଜେନେରାଲ ଡାୟାର ପ୍ରାୟ ୧୦୦ ଜଣ ସୈନିକଙ୍କ ସହ ସେ ସେଠାରେ ପହଂଚି ଆଖିବୁଜା ଗୁଳି ଚାଳନା କରିଥିଲା ।

ଏହି ଗୁଳି ମାଡରୁ ବର୍ତ୍ତିବା ପାଇଁ ବହୁ ଲୋକ କୂଅକୁ ଡେଇଁ ପଡିଥିଲେ । ଏହି ଘଟଣାରେ ୧୦୦୦ ଲୋକଙ୍କର ମୃତ୍ୟୁ ହୋଇଥିଲା ଏବଂ ୧୫୦୦ରୁ ଅଧିକ ଲୋକ ଆହତ ହୋଇଥିଲେ । ଏବେ ଜାଲିଆନାୱାଲାବାଗରେ ଦେଶ ପାଇଁ ପ୍ରାଣବଳୀ ଦେଇଥିବା ସ୍ୱାଧିନତା ସଂଗ୍ରାମୀ ମାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ ଏହି ମେମୋରିଆଲର ନବକଳେବର କରାଯାଇଛି ।