Home ଅପରାଧ ପ୍ରତିଶୋଧ ନେଲା ଆମେରିକା, ISIS-k ‘ପ୍ଳାନ୍‌ର’ ଉପରେ କଲା ଡ୍ରୋନ୍ ଆକ୍ରମଣ

ପ୍ରତିଶୋଧ ନେଲା ଆମେରିକା, ISIS-k ‘ପ୍ଳାନ୍‌ର’ ଉପରେ କଲା ଡ୍ରୋନ୍ ଆକ୍ରମଣ

8

୨୮/୦୮/୨୧ (ଜିଲ୍ଲା ଖବର) :  କାବୁଲ ସିରିଜ୍ ବିସ୍ଫୋରଣର ଜବାବ ଦେଲା ଆମେରିକା । ମାତ୍ର 30 ଘଣ୍ଟା ମଧ୍ୟରେ ନେଲା ପ୍ରତିଶୋଧ ।  ଆମେରିକା ଆଇଏସ୍ଆଇଏସ୍ -କେ ‘ପ୍ଳାନ୍‌ର’ ଉପରେ ଡ୍ରୋନ୍ ଦ୍ୱାରା ଆକ୍ରମଣ କରିଥିବା ନେଇ ପେଣ୍ଟାଗନ ପକ୍ଷରୁ ସୂଚନା ।  

 ୟୁଏସ୍ ସେଣ୍ଟ୍ରାଲ କମାଣ୍ଡ ମୁଖପାତ୍ରଙ୍କ କହିବାନୁଯାୟୀ ଆଫଗାନିସ୍ତାନର ନାନଗହର ପ୍ରଦେଶରେ ଏହି ଆମେରିକା ପକ୍ଷରୁ ଏହି ଏୟାରଷ୍ଟ୍ରାଇକ୍ କରାଯାଇଛି । ତେବେ ଏହି ଆକ୍ରମଣରେ ଆତଙ୍କବାଦୀ ନିହତ ହୋଇଥିବା ବେଳେ କୌଣସି ସାଧାରଣ ଲୋକ ମୃତାହାତ ହୋଇନଥିବା ଆମେରିକା ପକ୍ଷରୁ ଦାବି କରାଯାଉଛି । ଅନ୍ୟପଟେ କାବୁଲ ଏୟାରପୋର୍ଟ ଗେଟ୍ ଆଗରୁ ହଟିଯିବାକୁ ଲୋକଙ୍କୁ ଆମେରିକା ଅପିଲ କରିଛି । କାବୁଲ ବିସ୍ଫୋରଣ ପାଇଁ ନିଜକୁ ଦାୟୀ କରିଥିଲା  ISIS-K ।