Saturday, November 14, 2026
Home ଆଞ୍ଚଳିକ ଗତ 24 ଘଣ୍ଟାରେ ୭୭୯ ପଜିଟିଭ ଚିହ୍ନଟ, 105 ପିଲାଙ୍କୁ କରୋନା

ଗତ 24 ଘଣ୍ଟାରେ ୭୭୯ ପଜିଟିଭ ଚିହ୍ନଟ, 105 ପିଲାଙ୍କୁ କରୋନା

8

୨୮/୦୮/୨୧ (ଜିଲ୍ଲା ଖବର) : ଆଜି ପୁଣି ୭୭୯ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ସଙ୍ଗରୋଧରୁ ୪୫୪ ଓ ସ୍ଥାନୀୟ ଅଞ୍ଚଳରୁ ୩୨୫ ଜଣ ଚିହ୍ନଟ ହୋଇଛନ୍ତି ।  ୧୦୫ ଜଣ ୧୮ ବର୍ଷରୁ କମ୍ ବୟସର ପିଲା ସଂକ୍ରମିତ ହୋଇଛନ୍ତି ।

ଏହାକୁ ମିଶାଇ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ୫ ହଜାର ୬୫୪ରେ ପହଞ୍ଚିଛି । ରାଜ୍ୟରେ ସୁସ୍ଥ ସଂଖ୍ୟା ୯ ଲକ୍ଷ ୮୯ ହଜାର ୮୪୦ ରହିଥିବା ବେଳେ ୭ ହଜାର ୯୯୬ ଜଣ ଚିକିତ୍ସିତ ହେଉଛନ୍ତି । ତେବେ ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୨୫୯ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏନେଇ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।