
୨୮/୦୮/୨୧ (ଜିଲ୍ଲା ଖବର) : ଟିକାକରଣରେ ଇତିହାସ ରଚିଲା ଭାରତ । ମିଳିଲା ଆଉ ଏକ ସଫଳତା । କେନ୍ଦ୍ର ସ୍ୱାସ୍ଥ୍ୟ ବିଭାଗର ରିର୍ପୋଟ ଅନୁଯାୟୀ ଶୁକ୍ରବାର ଦେଶରେ କରୋନା ଟିକାକରଣ 1 କୋଟି ପାର କରିଥିବା ବେଳେ ନୂଆ ରେର୍କଡ ସ୍ଥାପନ ହୋଇଛି ।
ଉତ୍ତରପ୍ରଦେଶରେ 28 ଲକ୍ଷରୁ ଅଧିକ ଡୋଜ ଦିଆଯାଇଥିବାବେଳେ କେବଳ ଅଗଷ୍ଟ ମାସରେ 15 କୋଟି ଟିକାକରଣ କରାଯାଇଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
ଦେଶର ସ୍ୱାସ୍ଥ୍ୟକର୍ମୀ ଏବଂ ପ୍ରଧାନମନ୍ତ୍ରୀଙ୍କ ଦୃଢ ସଂକଳ୍ପ ଏହି ସଫଳତା ଆଣିଛି ବୋଲି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭ୍ୟ ଟ୍ୱିଟ କରି ସୂଚନା ଦେଇଛନ୍ତି । ଅନ୍ୟପଟେ ଟିକାକରଣକୁ ସଫଳ କରିଥିବାରୁ ଦେଶର ସ୍ବାସ୍ଥ୍ୟକର୍ମୀ ଏବଂ ଟିକାକରଣରେ ସାମିଲ ଜନସାଧାରଣଙ୍କୁ ଧନ୍ୟବାଦ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି।
ସେହିପରି ଏହା ନୂଆ ଭାରତର ଦୃଢ ଇଛାଶକ୍ତି ଏବଂ ସାମର୍ଥ୍ୟର ପ୍ରତିଫଳନ ବୋଲି କହିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା।



