Thursday, October 15, 2026
Home ଅପରାଧ ବବି ମିଶ୍ର ନିଶାସକ୍ତ ଅବସ୍ଥାରେ ବନ୍ଧୁକ ଦେଖାଇ ପଡ଼ୋଶୀଙ୍କୁ ମାଡ଼ ମାରିବା ଅଭିଯୋଗ

ବବି ମିଶ୍ର ନିଶାସକ୍ତ ଅବସ୍ଥାରେ ବନ୍ଧୁକ ଦେଖାଇ ପଡ଼ୋଶୀଙ୍କୁ ମାଡ଼ ମାରିବା ଅଭିଯୋଗ

6

ଭୁବନେଶ୍ୱର, ୨୮/୦୮/୨୧ (ଜିଲ୍ଲା ଖବର) : ଅଭିନେତା ବବି ମିଶ୍ରଙ୍କ ନାଁରେ ସଙ୍ଗୀନ ଅଭିଯୋଗ । ନିଶାସକ୍ତ ଅବସ୍ଥାରେ ପଡ଼ୋଶୀଙ୍କୁ ମାଡ଼ ମାରିବା ସହ ଗାଳି ଗୁଲଜ କରିଥିବା ଅଭିଯୋଗ । ନୟାପଲ୍ଲୀ ଥାନାରେ ଅଭିଯୋଗ ପରେ ଅଭିନେତା ବବି ମିଶ୍ରଙ୍କୁ ଅଟକ ରଖିଥିଲା ପୋଲିସ । କିଛି ସମୟ ଅଟକ ପରେ ପୋଲିସ ବିବିଙ୍କୁ ଛାଡ଼ି ଦେଇଛି । ତେବେ ବବିଙ୍କ ପଡ଼ୋଶୀ ଅଭିଯୋଗ କରିଛନ୍ତି, ମଦ ନିଶାରେ ବନ୍ଧୁକ ଦେଖାଇ ପଡ଼ୋଶୀଙ୍କ ପତ୍ନୀଙ୍କୁ ବାହା ହେବା ପାଇଁ ଜିଦ୍ ଧରୁ ଥିଲେ ବବି ।  

ବବିଙ୍କ ଦୌରାତ୍ମ୍ୟ ଧୀରେ ଧୀରେ ବଢିବାରେ ଲାଗୁଛି । ପ୍ରତ୍ୟକ ଦିନ ଏଭଳି ସମସ୍ୟା ଦେଖା ଦେଉଛି । ବବିଙ୍କ ସହ ତାଙ୍କ ସହଯୋଗୀ ମାନେ ଉତ୍ପାତ କରୁଥିବା ଅଭିଯୋଗ କରିଛନ୍ତି ପଡ଼ୋଶୀ । ଏପରି କି ଅଭିଯୋଗ କଲେ ଜୀବନରୁ ମାରିବା ପାଇଁ ଧମକ ଦେବା ସହ ଗୁଣ୍ଡା ଡକେଇ କଲୋନୀରେ ଉତ୍ପାତ କରୁଥିବା ଅଭିଯୋଗ ହୋଇଛି । ଅନ୍ୟପଟେ ଏ ସମସ୍ତ ଅଭିଯୋଗକୁ ଖଣ୍ଡନ କରିଛନ୍ତି ବବି । ବବି କହିଛନ୍ତି, ଅଭିଯୋଗ କରିଥିବା ବ୍ୟକ୍ତି ମୋ ଅତି ଘନିଷ୍ଠ ।  କିଛି ରାଗ ରୁଷାକୁ ନେଇ ଏଭଳି ସମସ୍ୟା ଘଟିଛି । ଗାଡି ପାର୍କିଂକୁ ନେଇ ପଡୋଶୀ ଓ ତାଙ୍କ ଭିତରେ ଝଗଡା ହୋଇଥିଲା ତାଙ୍କ ବିରୋଧରେ ଆସିଥିବା ଅଭିଯୋଗ ସମ୍ପୂର୍ଣ୍ଣ ଭିତ୍ତିହୀନ ।