Wednesday, November 11, 2026
Home ଆଞ୍ଚଳିକ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ପାଇଁ ଚିଠି ଲେଖିଲେ ସାଂସଦ ଅପରାଜିତା ଷଡଙ୍ଗୀ

ପ୍ରଧାନମନ୍ତ୍ରୀ ଆବାସ ଯୋଜନା ପାଇଁ ଚିଠି ଲେଖିଲେ ସାଂସଦ ଅପରାଜିତା ଷଡଙ୍ଗୀ

5

୨୮/୦୮/୨୧ (ଜିଲ୍ଲା ଖବର) : ମିଳୁନି ପ୍ରଧାନମନ୍ତ୍ରୀ ଆବାସ ଯୋଜନା । ଫଳରେ ନାନାଦି ସମସ୍ୟା ଭୋଗୁଛନ୍ତି ହିତାଧିକାରୀ । ଟାଙ୍ଗୀ ବ୍ଲକ ସଠିପଦର ସାହିର ହିତାଧିକାରୀ ଓ ବୋଲୋଗଡ଼ ବ୍ଲକ ମାଣିବନ୍ଧ ଗାଁର ନୂଆସାହି ଏବଂ ଆଦିବାସୀ ସାହିରେ ଲୋକଙ୍କୁ ମିଳିନି ପ୍ରଧାନମନ୍ତ୍ରୀ ଆବାସ ଯୋଜନା ।

ଏନେଇ ବିଜେପି ସାଂସଦ ଅପରାଜିତା ଷଡ଼ଙ୍ଗୀ ଜିଲ୍ଲାପାଳ, ବିଭାଗୀୟ ସଚିବ ଏବଂ ମୁଖ୍ୟ ଶାସନ ସଚିବଙ୍କୁ ଚିଠି ଲେଖିଛନ୍ତି  l ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଲୋକଙ୍କ ପାଖରେ ନ ପହଞ୍ଚିବାରୁ ଲୋକେ ନାହିଁ  ନଥିବା ସମସ୍ୟା ଭୋଗୁଛନ୍ତି । ଏହାର ସମାଧାନ ପାଇଁ ଚିଠି ଲେଖିଛନ୍ତି ସାଂସଦ ଅପରାଜିତା ଷଡ଼ଙ୍ଗୀ ।

ସଠିପଦର ସାହି, ରେଙ୍ଗଟା ଗ୍ରାମ, ଲେଣ୍ଡୋ ପଞ୍ଚାୟତ, ଟାଙ୍ଗୀ ବ୍ଲକ, ନୁଆସାହି ଏବଂ ଆଦିବାସୀ ସାହି, ମାଣିବନ୍ଧ ଗ୍ରାମ, ମାନିବନ୍ଧ ପଞ୍ଚାୟତ, ବୋଲୋଗଡ଼ ବ୍ଲକ, ପ୍ରଧାନମନ୍ତ୍ରୀ ଆବାସ ଯୋଜନା ନପହଞ୍ଚିଥିବାରୁ ଜନସାଧାରଣ ଅତ୍ୟନ୍ତ ଦୁର୍ବିସହ ଜୀବନ ଅତିବାହିତ କରୁଥିବା ଅନୁଭୂତ କରୁଛନ୍ତି । ଏହାର ସମାଧାନ ପାଇଁ ସାଂସଦ ମହୋଦୟା ଜିଲ୍ଲାପାଳ, ବିଭାଗୀୟ ସଚିବ ଏବଂ ମୁଖ୍ୟ ଶାସନ ସଚିବଙ୍କୁ ଚିଠି ଲେଖିଛନ୍ତି । ଆଗାମୀ ଦିନରେ ଏହି ସମସ୍ୟାର ସମାଧାନ ପାଇଁ ସାଂସଦ ଅପରାଜିତା ଷଡଙ୍ଗୀ ବ୍ୟକ୍ତିଗତ ଭାବେ ଏହାର କାର୍ଯ୍ୟନୁୟାନ ତଦାରଖ କରିବେ ବୋଲି ଦୃଢୋକ୍ତି ବ୍ୟକ୍ତ କରିଛନ୍ତି l