Wednesday, October 14, 2026
Home ଆଞ୍ଚଳିକ ଆଦିବାସୀ ଓ ଜନଜାତି କଲ୍ୟାଣ ମନ୍ତ୍ରୀ ଙ୍କୁ ପଦ ରୁ ବହିଷ୍କାର ଦାବିରେ ବିଜେପିର ବିଖୋଭ...

ଆଦିବାସୀ ଓ ଜନଜାତି କଲ୍ୟାଣ ମନ୍ତ୍ରୀ ଙ୍କୁ ପଦ ରୁ ବହିଷ୍କାର ଦାବିରେ ବିଜେପିର ବିଖୋଭ ଓ କୁଶ ପୁତ୍ତଳିକା ଦାହ, କଂଗ୍ରେସର ପ୍ରେସ ମିଟ

19

ରାୟଗଡା, ୨୭/୮(ଜିଲ୍ଲା ଖବର):
ଲାଞ୍ଚ ମାଗିବା ଭିଡିଓ ଭାଇରାଲ ଘଟଣାରେ ନିଲମ୍ବିତ ଅବକାରୀ କନେଷ୍ଟବଳ ସୁଶାନ୍ତ ପାତ୍ର ନିଜ ପତ୍ନୀ କୁ ନିର୍ଯାତନା ଦେଉଥିବା ଘଟଣାରେ ମନ୍ତ୍ରୀଙ୍କ ସମ୍ପୃକ୍ତି ନେଇ ପତ୍ନୀ ପ୍ରଜ୍ଞା ପାରମିତା ଗରାବଡୁଙ୍କ ବୟାନ ପରେ ବିଷମକଟକରେ ରାଜନୈତିକ ଉଷ୍ମତା ଦେଖାଯାଇଛି। ନ୍ୟାୟ ପାଇଁ ଅବକାରୀ ବିଭାଗୀୟ ପ୍ରିନ୍ସପାଲ ସେକ୍ରେଟାରୀ ଠାରୁ ଆରମ୍ଭ କରି କମିଶନର , ମହିଳା କମିଶନର, ରାୟଗଡା ଜ଼ୀଲ୍ଲାପାଳ, ଆରକ୍ଷୀ ଅଧିକ୍ଷକଙ୍କ ଦ୍ୱାରସ୍ଥ ହୋଇ ସୁଫଳ ପାଇନଥିବା ପତ୍ନୀ ଏବେ ମନ୍ତ୍ରୀ ଓ ଅଫିସର କୁ ଧରି ସ୍ୱାମୀ ସୁଶାନ୍ତ ତଦନ୍ତ ପ୍ରକ୍ରିୟା କୁ ପ୍ରଭାବିତ କରିଥିବା ଅଭିଯୋଗ ଆଣିଛନ୍ତି। ସେହିପରି ଘଟଣା ରେ ମନ୍ତ୍ରୀ ଜଗନ୍ନାଥ ସାରକା ନିଜେ ସମ୍ପୃକ୍ତ ହୋଇ ପୀଡିତ ପ୍ରଜ୍ଞା ପାରମିତାଙ୍କୁ ନ୍ୟାୟ ଦେବାରେ ବିଫଳ କରିଥିବା ଅଭିଯୋଗରେ ଆଜି ବିଷମ କଟକ ନିର୍ବାଚନ ମଣ୍ଡଳୀ କଂଗ୍ରେସ କମିଟି ତରଫରୁ ବିଧାୟକ ପ୍ରାର୍ଥୀ ନୀଳମାଧଵ ହିକକା ଏକ ପ୍ରେସମିଟ କରି ତାଙ୍କ ବହିଷ୍କାର ଦାବି କରିଛନ୍ତି। ସେହିପରି ବିଜେପି ତରଫରୁ ବିଷମକଟକ ବିଧାୟକ ପ୍ରାର୍ଥୀ ଶିବ ଶଙ୍କର ଉଲ୍ଲାକାଙ୍କ ନେତୃତ୍ୱରେ ସ୍ଥାନୀୟ ମେଡିକାଲ ଛକଠାରେ ଘଟଣାକୁ ତୀବ୍ର ନିନ୍ଦା କରିଛନ୍ତି। ଏହି ଅବସରରେ ସିବିଆଇ ତଦନ୍ତ କରି ପିଡ଼ିତକୁ ନ୍ୟାୟ ଦାବିରେ ବିକ୍ଷୋଭ କରିବା ସହ ମନ୍ତ୍ରୀ ସାରକାଙ୍କ କୁସପୁତ୍ତଳିକା ଦାହ କରିଛନ୍ତି।
ରିପୋର୍ଟେର-ପ୍ରସନ କୁମାର ପଣ୍ଡା