
ଆସିକା ତା ୨୭/୮ (ଜିଲ୍ଲା ଖବର) : ଆସିକା ବିଜ୍ଞାନ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼. ଜୀବାନନ୍ଦ ତ୍ରିପାଠୀଙ୍କ ପୌରହିତ୍ୟରେ ଆମ ପରିଚ଼ିତି ମଣ୍ଡପ ମୁଖ୍ୟ ଅତିଥି ଆସିକା ବିଧାୟିକା ମାନନୀୟା ମଞ୍ଜୁଳା ସ୍ବାଇଁ ଙ୍କ ଦ୍ବାରା ଉଦ୍ଘାଟନ ହୋଇଯାଇଛି। କଲେଜ ଛାତ୍ର ଛାତ୍ରୀ ମାନନୀୟ ବିଧାୟିକାଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ଦେବା ସହିତ ଜାତୀୟ ସମର ଶିକ୍ଷାର୍ଥୀ ବାହିନୀର ଯୁବକ ଏବଂ ଯୁବତୀ ମାନେ ଗାର୍ଡ ଅଫ୍ ଅନର ପ୍ରଦାନ କରିଥିଲେ। ଏହି ମଣ୍ଡପରେ ଜାତୀୟ ସମର ଶିକ୍ଷାର୍ଥୀ ବାହିନୀ, ଯୁବ ରେଡକ୍ରସ୍, ସ୍କାଉଟ୍ ଗାଇଡ୍ ଏବଂ ଜାତୀୟ ସେବା ସଂସ୍ଥାର ସାଙ୍କେତିକ ପ୍ରତୀକ ଚିହ୍ନ ଗୁଡିକ ଖଚ଼ିତ ହୋଇ ମଣ୍ଡପରେ ଉନ୍ମୋଚ଼ନ କରାଯାଇଥିଲା।
ଏଥି ସହିତ ଅତିରିକ୍ତ ଶ୍ରେଣୀଗୃହ, ସାଇକେଲ ଷ୍ଟାଣ୍ଡ, ଛାତ୍ରଙ୍କ ପାଇଁ ଉଦ୍ଦିଷ୍ଟ ପରିଶ୍ରାଗାର ଏବଂ ଅନ୍ୟାନ୍ୟ ଆନୁସଙ୍ଗିକ କାର୍ଯ୍ୟକ୍ରମର ଭିତ୍ତିପ୍ରସ୍ତର ସ୍ଥାପନ ବିଧାୟିକାଙ୍କ ଦ୍ବାରା କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଆସିକା ଅଞ୍ଚଳର ପ୍ରାୟ ଶତାଧିକ ମାନ୍ୟଗଣ୍ୟ ବ୍ୟକ୍ତି ଏବଂ ପ୍ରାକ୍ତନ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ। ଏହି କାର୍ଯ୍ୟକ୍ରମରେ କଲେଜ ଅଧ୍ୟକ୍ଷଙ୍କ ସହ ସମସ୍ତ ଅଧ୍ୟାପକ, ଅଧ୍ୟାପିକା ଏବଂ ଅଣ ଶିକ୍ଷକ କର୍ମଚାରୀ ବିଧାୟିକାଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।




