
କୋଦଳା (ଜିଲ୍ଲା ଖବର) : ବେଆଇନ୍ ଚୋରା ମଦ କାରବାର ଅଭିଯୋଗରେ କୋଦଳା ଅଞ୍ଚଳରେ ଅବକାରୀ ବିଭାଗ ପକ୍ଷରୁ ଚଢାଉ କରାଯାଇ ୪ଜଣଙ୍କୁ ଗିରଫ କରିବା ସହ ସେମାନଙ୍କ ଠାରୁ ୫୫ ଲିଟର ମଦ ଜବତ କରାଯାଇଛି। ଖଲ୍ଲିକୋଟ ଓ ଛତ୍ରପୁର ଅବକାରୀ ବିଭାଗୀୟ ଅଧିକାରୀ ମାନେ ଏହି ଚଢାଉ କରିଥିବା ବେଳେ କୋଦଳା ଏରଗୁଲା କ୍ଯାମ୍ପର ଏମ୍ ପୋସୀ, ଏମ୍ ରାଜା, ଅନ୍ନପୂର୍ଣ୍ଣା ରାଓ ଏବଂ ଏମ୍ ପ୍ରଭାତୀ ବେଆଇନ ମଦ କାରବାର ଅଭିଯୋଗରେ ଗିରଫ କରି କୋର୍ଟ ଚାଲାଣ କରାଯାଇଛି। ପୂର୍ବରୁ ମଧ୍ୟ ବାରମ୍ବାର କୋଦଳା ଅଞ୍ଚଳରେ ଅବକାରୀ ବିଭାଗ ଓ କୋଦଳା ପୋଲିସ ପକ୍ଷରୁ ବେଆଇନ ମଦ କାରବାର ଅଭିଯୋଗରେ ଚଢାଉ କରି ବହୁ ଅଭିଯୁକ୍ତଙ୍କୁ ଚଢାଉ କରାଯାଇଥିବା ବେଳେ ଚୋରା ମଦ କାରବାର ଥମୁନି। ବୁଧବାର ଛତ୍ରପୁର ଅବକାରୀ ନିରୀକ୍ଷକ ଦିପ୍ତିମୟୀ ସାହୁ, ପ୍ରିତିଧାରା ନାୟକ, ଖଲ୍ଲିିକୋଟ ଅବକାରୀ ଅଧିକାରୀ ଉମାକାନ୍ତ ସ୍ୱାଇଁଙ୍କ ସମେତ ସମସ୍ତ କର୍ମଚାରୀ ସହଯୋଗ କରିଥିଲେ



