Home ଅପରାଧ କାବୁଲ ବିସ୍ଫୋରଣ; ଆକ୍ରମଣକାରୀଙ୍କ ଉପରେ ଜୋରଦାର ବର୍ଷିଲେ ବାଇଡେନ

କାବୁଲ ବିସ୍ଫୋରଣ; ଆକ୍ରମଣକାରୀଙ୍କ ଉପରେ ଜୋରଦାର ବର୍ଷିଲେ ବାଇଡେନ

9

୨୭/୦୮/୨୧ (ଜିଲ୍ଲା ଖବର) : କାବୁଲରେ ସିରିଜ ବିସ୍ଫୋରଣ ପୁରା ଦେଶକୁ ବ୍ୟଥିତ କରିଛି । ଏୟାରପୋର୍ଟ ନିକଟରେ ଆତ୍ମଘାତୀ ଆକ୍ରମଣରେ 70ରୁ ଅଧିକ ମୃତ୍ୟୁ ହୋଇଥିବାବେଳେ ଶତାଧିକ ଆହତ । ତେବେ ଏହି ସଂଖ୍ୟା ଆହୁରି ବଢ଼ିବା ନେଇ ଆଶଙ୍କା କରାଯାଉଛି । ସବୁଠୁ ବଡ଼ କଥା ହେଉଛି ଏହି ବିସ୍ଫୋରଣରେ ଆମେରିକାର 13 ସର୍ଭିସ ମେମ୍ବର ରହିଛନ୍ତି । ଏଥିରେ ନୌସେନା ଓ ଜଣେ ଚିକିତ୍ସକ ମଧ୍ୟ ରହିଛନ୍ତି । ଏହାକୁ ନେଇ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଆକ୍ରମଣକାରୀଙ୍କ ଉପରେ ଜୋରଦାର ବର୍ଷିଛନ୍ତି ।

ଆକ୍ରମଣକାରୀ ଯିଏ ବି ହେଉ, ଯେଉଁଠି ବି ଥାଉ ଖୋଜି ଖୋଜି ମାରିବୁ । କାହାରିକୁ ବି ଛାଡିବୁନି ବୋଲି ଦେଶକୁ ସମ୍ବୋଧନ କରି କହିଛନ୍ତି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ । ଗତକାଲି ବିସ୍ଫୋରଣ ପରେ ହ୍ୱାଇଟ ହାଉସରେ ରାଷ୍ଟ୍ରପତି ତୁରନ୍ତ ଏକ ବୈଠକ କରିଥିଲେ । ଏହାପରେ ଦେଶକୁ ସମ୍ବୋଧନ କରିଥିଲେ । ଏବଂ ସଫା ସଫା କହିଥିଲେ ଯେ, ଆମେ ଏହାକୁ ଭୁଲିବୁ ନାହିଁ । ଆତଙ୍କୀଙ୍କୁ ଖୋଜିବୁ , ଏହି ଘଟଣାର ମୁହଁତୋଡ ଜବାବ ମଧ୍ୟ ଦେବୁ । କିନ୍ତୁ ଏହାର ସମୟ ଓ ଉପାୟ ଆମେ ଖୋଜିବୁ ।

ଆକ୍ରମଣ ପଛରେ ISIS ଖୁରାସାନର ହାତଥିବା  ସନ୍ଦେହ କରାଯାଉଛି । କିଛି ଲୋକାଲ ମିଡିଆ ରିପୋର୍ଟରେ ISIS ଏହି ଆକ୍ରମଣ ପାଇଁ ସଂଗଠନ ନିଜକୁ ଦାୟୀ କରିଛି । ଏହାକୁ ନେଇ ବାଇଡେନ କହିଛନ୍ତି ଆଇଏସଆଇଏସ ଆତଙ୍କୀ କେବେ ବି ଜିତି ପାରିବେ ନାହିଁ ।