Monday, October 12, 2026
Home ଅପରାଧ ସହିଦଙ୍କୁ ସମ୍ମାନ ଜଣାଇ ଅଗଷ୍ଟ 30 ସନ୍ଧ୍ୟା ପର୍ଯ୍ୟନ୍ତ ଅର୍ଦ୍ଧନିମିତ ରହିବ ଆମେରିକା ଜାତୀୟ ପତାକା

ସହିଦଙ୍କୁ ସମ୍ମାନ ଜଣାଇ ଅଗଷ୍ଟ 30 ସନ୍ଧ୍ୟା ପର୍ଯ୍ୟନ୍ତ ଅର୍ଦ୍ଧନିମିତ ରହିବ ଆମେରିକା ଜାତୀୟ ପତାକା

5

୨୭/୦୮/୨୧ (ଜିଲ୍ଲା ଖବର) :  କାବୁଲ ବିସ୍ଫୋରଣରେ ମୃତ୍ୟୁ ସଂଖ୍ୟା ବଢି ବଢି ଚାଲିଛି । ଏବେ ବି ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଘଟଣାକୁ ସମଗ୍ର ମହଲରେ ନିନ୍ଦା କରାଯାଉଥିବା ବେଳେ ବିସ୍ଫୋରଣକାରୀଙ୍କୁ କଡା ଚେତାବନୀ ଦେଇଛନ୍ତି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ।

ଅନ୍ୟପଟେ ବିସ୍ଫୋରଣରେ ସହିଦ ହୋଇଥିବା 13 ଆମେରିକୀୟ ସୈନିକଙ୍କ ଉଦେଶ୍ୟରେ ସମ୍ମାନ ଜଣାଇ ଆମେରିକାର ଜାତୀୟ ପତାକା ଅର୍ଦ୍ଧନିମିତ ହୋଇ ରହବି ।

ହ୍ୱାଇଟ ହାଉସରୁ ମିଳିଥିବା ସୂଚନା ଅନୁଯାୟୀ, ଆମେରିକାର ଜାତୀୟ ପତାକା ଅଗଷ୍ଟ ୩୦ ସନ୍ଧ୍ୟା ପର୍ଯ୍ୟନ୍ତ ଅଧା ନଇଁ ରହିବ । ସୂଚନାଯୋଗ୍ୟ, କାବୁଲ ବିମାନବନ୍ଦରରେ ହୋଇଥିବା ବିସ୍ଫୋରଣରେ ୧୩ ଜଣ ଆମେରିକୀୟ ସୈନିକ ପ୍ରାଣ ହରାଇଥିବାବେଳେ ଏଥିରେ ୧୮ ରୁ ଅଧିକ ସୈନିକ ଆହତ ହୋଇଛନ୍ତି ।

ବିସ୍ଫୋରଣ ପରେ ଆମେରିକା ଦୂତାବାସରେ ହାଇଆଲର୍ଟ ଜାରି କରାଯାଇଛି । ସେଠାରୁ କାବୁଲ ବିମାନବନ୍ଦର ଆଡ଼କୁ ନ ଆସିବାକୁ ନିଜ ନାଗରିକଙ୍କୁ ନିର୍ଦ୍ଦେଶ ଦେଇଛି ଆମେରିକା ।  ପ୍ରଥମ ବିସ୍ଫୋରଣ ଆବେ ଗେଟ ନିକଟରେ ଏବଂ ଦ୍ବିତୀୟଟି ବରୁନ ହୋଟେଲ ଆଗରେ ହୋଇଥିଲା। 

ଆଫଗାନିସ୍ତାନ ଛାଡ଼ିବାକୁ ବିମାନ ବନ୍ଦର ବାହାରେ ପ୍ରବଳ ଭିଡ଼ ଲାଗି ରହିଥିବା ବେଳେ  ଏହି ବିସ୍ଫୋରଣ ହୋଇଥିଲା ।  ତାଲିବାନ ପକ୍ଷରୁ ଘଟଣାକୁ ନିନ୍ଦା କରାଯାଉଥିଲେ ମଧ୍ୟ ଆଫଗାନିସ୍ତାନରେ ଏଭଳି ପରିସ୍ଥିତି ପାଇଁ ତାଲିବାନକୁ ଦାୟୀ କରିଛନ୍ତି ବୈଦେଶୀକ ବ୍ୟାପାର ବିଶେଷଜ୍ଞ ।